ବିବାହର ବର୍ଷେ ନ ପୂରୁଣୁ ସହିଦ ହୋଇଗଲେ

ପୁଲ୍‌ୱାମା : ପୁଲ୍‌ୱାମା ଆ‌ତ୍ମଘାତୀ ଆକ୍ରମଣ ପରେ ସେନା ପକ୍ଷରୁ ଆରମ୍ଭ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ମାଷ୍ଟରମାଇଣ୍ଡ୍‌ ଗାଜି ନିପାତ ହୋଇଛି। ତେବେ ଏଥିରେ ପ୍ରାଣବଳି ଦେଇଥିବା ମେଜର ବିଭୂତି ଶଙ୍କର ଧୋନ୍ଦିଆଲ ତାଙ୍କ ଜନ୍ମମାଟି ପାଇଁ ଅଲିଭା କ୍ଷତ ଛାଡ଼ିଦେଇଛନ୍ତି। ତାଙ୍କ ପରିବାର ପାଇଁ ଅପୂରଣୀୟ ଶୂନ୍ୟସ୍ଥାନ ଛାଡ଼ି ଲୁହର ବନ୍ୟା ଛୁଟାଇ ସହିଦ ହୋଇଛନ୍ତି ସେ। ଉତ୍ତରାଖଣ୍ଡର ଡେରା‌ଡ଼ୁନ୍‌ ଅଞ୍ଚଳର ୩୪ ବର୍ଷୀୟ ମେଜର ବିଭୂତି ଶଙ୍କର ଗତ ବର୍ଷ ଏପ୍ରିଲ୍‌ ମାସରେ କଶ୍ମୀରୀ ଝିଅ ନିକିତା କୌଲ୍‌ଙ୍କୁ ପ୍ରେମ ବିବାହ କରିଥିଲେ। ନିକିତାଙ୍କୁ ଜୀବନସାଥୀ କରିବା ପରେ ସେ ଅଜସ୍ର ସୁଖର ମାଲିକ ହେଲେ ବୋଲି ଗର୍ବ କରୁଥିଲେ। ମାତ୍ର ଭାଗ୍ୟର ବିଡ଼ମ୍ବନା ତାଙ୍କ ସଂସାର ପାଇଁ ଅସରା ଦୁଃଖ ଆଣିଦେଇଗଲା। ବିବାହର ପ୍ରଥମ ବାର୍ଷିକୀ ପାଳିବା ଆଗରୁ ସେ ଆଖି ବୁଜିଦେଲେ। ବାପାମାଆଙ୍କର ତିନି ଝିଅଙ୍କ ମଧ୍ୟରେ ଏକମାତ୍ର ଯୋଗ୍ୟ ପୁଅର ଉଜ୍ଜଳ ଭବିଷ୍ୟତ ତଥା ଗରିମାରେ ଫାଟିପଡୁଥିବା ତାଙ୍କ ଖୁସିବାସି ପରିବାରର ସ୍ବପ୍ନ ଏବେ ଭାଙ୍ଗିରୁଜି ଚୂରମାର ହୋଇଯାଇଛି। ଘରେ ଏବେ ବିଧବା ମା’, ପତ୍ନୀ ନିକିତା ଏବଂ ଜେଜେ ମା’ଙ୍କ ଆଖିରେ ଅସରା ଲୁହ।

ସମ୍ବନ୍ଧିତ ଖବର