ନୂଆଦିଲ୍ଲୀ: ବ୍ରାଜିଲ ଇବିରାଇଟ୍ ସହରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୮ ବର୍ଷୀୟ ଯୁବତୀଙ୍କ ସହିତ ୨୯ ବର୍ଷୀୟ ଯୁବକଙ୍କ ଖୁବ ଧୁମଧାମରେ ବିବାହ ହୋଇଥିଲା ।
ବର ଓ କନ୍ୟା ବି ନିଜ ବିବାହକୁ ନେଇ ବହୁତ ଖୁସି ଥିବା ସହିତ କିପରି ତାଙ୍କ ଆଗାମୀ ଜୀବନ ଗଢ଼ିବେ ସେ ନେଇ ଅନେକ ସ୍ବପ୍ନ ଦେଖିଥିଲେ। କିନ୍ତୁ ବିବାହ ପରେ ଚଉଠି ରାତିରେ ବର ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଥିଲା। ନବବଧୂର ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡି ଯାଇଥିଲା । ଚିକିତ୍ସା ପାଇଁ ଗାଡ଼ିର ବନ୍ଦୋବସ୍ତ ନହୋଇ ପାରିବାରୁ ଜରୁରୀକାଳିନ ସେବାକୁ ଫୋନ କରି ଘଟଣା ବିଷୟରେ କୁହାଯାଇଥିଲା।
ଖବର ପାଇ ସେମାନେ ଘରେ ପହଞ୍ଚି ନବବଧୂର ସ୍ବାସ୍ଥ୍ୟ ଯାଞ୍ଚ କରିଥିଲେ। ଏହି ଯାଞ୍ଚରୁ ନବବଧୂର ହୃଦଘାତରେ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ପୁଲିସର କହିବାନୁସାରେ, ନବ ବିବାହିତାଙ୍କ ଶରୀରରେ କୌଣସି ଆଘାତର ଚିହ୍ନ ନାହିଁ । ଶବବ୍ୟବଚ୍ଛେଦରୁ ସେ ବ୍ରୋକାଇଟିସ୍ ରୋଗରେ ପୀଡିତ ଥିବା ଜଣାପଡିଛି । ତେବେ ନବବଧୂରଙ୍କ ଏପରି ମୃତ୍ୟୁ ଖବର ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳାଇ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/arranged-marriage.jpg)