ନୂଆଦିଲ୍ଲୀ: ଆସାମ ପୁଲିସରେ ସିଙ୍ଘମ ଭାବେ ଆସାମ ପୁଲିସର ମହିଳା ସବଇନ୍ସପେକ୍ଟର ଜୁନମୋନି ରାଭା ଜଣାଶୁଣା ଥିଲେ। ସେ ଦୁର୍ନୀତିରେ ଜଡିତ ନିଜ ଭାବି ସ୍ୱାମୀଙ୍କୁ ଗିରଫ କରି ଚର୍ଚ୍ଚିତ ହୋଇଥିଲେ। ଗତ ମଙ୍ଗବାର  ଏକ କାର ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଥିଲା । ତାଙ୍କ ମୃତ୍ୟୁ ପ‌ରେ ଏକ ଭିଡିଓ ଓ ଅଡିଓ କ୍ଲିପ ସାମ୍ନାକୁ ଆସିଛି। ଯେଉଁଥିରେ ମୃତ୍ୟୁ ପୂର୍ବରୁ ତାଙ୍କ ସହକର୍ମୀମାନେ ତାଙ୍କୁ ନିର୍ଯାତନା ଦେଇଥିଲେ ବୋଲି ଜଣାପଡ଼ିଛି।

Advertisment

ଏଥିସହିତ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି କି, ‘ମହିଳା ପୁଲିସ ଅଧିକାରୀଙ୍କ ଗାଡ଼ି ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଜାଣିବୁଝି ଏକ ଟ୍ରକ ତାଙ୍କୁ ଓ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଆଉ ଘଟଣାସ୍ଥଳରେ ଆସାମ ପୁଲିସର ମହିଳା ସବଇନ୍ସପେକ୍ଟର ଜୁନମୋନି ରାଭାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।   ’

ଏହି ଦୁର୍ଘଟଣା ପରେ ସିଆଇଡି ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି। ମହିଳା ସବଇନ୍ସପେକ୍ଟର ଜୁନମୋନି ରାଭାଙ୍କ ସହ‌ଯୋଗୀଙ୍କୁ ସିଆଇଡି ପଚରାଉଚରା କରି ବୟାନ ରେକର୍ଡ କରୁଛି। ସବୁଦିଗରୁ ଯାଞ୍ଚ କରାଯାଉଛି ବୋଲି ସିଆଇଡିର ଅଧିକାରୀ ସୂଚନା ଦେଇଛନ୍ତି।

ମହିଳା ସବଇନ୍ସପେକ୍ଟର ଜୁନମୋନି ରାଭା ମୋରିକୋଲୋଙ୍ଗ ଆଉଟପୋଷ୍ଟର ପ୍ରଭାରୀ ଥିଲେ ଏବଂ ଅପରାଧୀଙ୍କ ବିରୋଧରେ କଡା ପଦେକ୍ଷେପ ନେବାରେ ସେ ଜଣାଶୁଣା ଥିଲେ । ମଙ୍ଗଳବାର ରାତିରେ ଜୁନମୋନି ନିଜ କାରରେ ଘରକୁ ଫେରୁଥିବାବେଳେ ତାଙ୍କ କାର ସହ ଏକ କଣ୍ଟେନର ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।