ଏଣିିକି ରାସ୍ତାରେ ଗଡ଼ିବ ନାହିଁ ଡିଜେଲ ଚାଳିତ ଘରୋଇ ଗାଡ଼ି !

ନୂଆଦିଲ୍ଲୀ: ଦିଲ୍ଲୀ ସହରରେ ଭୟଙ୍କର ଭାବେ ବାୟୁ ପ୍ରଦୂଷଣ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନେତୃତ୍ୱ ନେଉଥିବା ଟାସ୍କ ଫୋର୍ସ ପକ୍ଷରୁ ଶନିବାରଏକ ବୈଠକ ଡକାଯାଇଥିଲା। ଏହି ବୈଠକରେ ଦିଲ୍ଲୀ-ଏନସିଆର ପକ୍ଷରୁ ଶନିବାର ପ୍ରଦୂଷଣର ସ୍ତର ବୃଦ୍ଧି ଆଶଙ୍କାରେ ଡିଜେଲ ଚାଳିତ ଘରୋଇ ଯାନବାହାନ ଉପରେ ଲଗାମ୍‌ ଲଗାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ଦିଲ୍ଲୀରେ ପାଖାପାଖି ୪୮ଲକ୍ଷ ଦୁଇ ଚକିଆ ଏବଂ ୨୪-୨୫ଲକ୍ଷ କାର ରହିଛି। ଯେଉଁଥିରେ ଅଢେଇ ଲକ୍ଷ କାର ଡିଜେଲ ଚାଳିତ ବୋଲି ଜଣାପଡ଼ିଛି। ତେବେ ଦିଲ୍ଲୀ ସହରରେ ଭୟଙ୍କର ଭାବେ ବାୟୁ ପ୍ରଦୂଷଣ ହେତୁ ଗାଡିରେ ଅଡ-ଇଭିନ ବ୍ୟବସ୍ଥା ପ୍ରଦୂଷଣକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇ ପାରିବ ନାହିଁ ବୋଲି ଆଲୋଚନା ହୋଇଥିଲା। ତେଣୁ ରାସ୍ତାରେ ଡିଜେଲ ଚାଳିତ ଘରୋଇ ଗାଡିଙ୍କ ସଂଖ୍ୟା କମାଇବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ସମ୍ବନ୍ଧିତ ଖବର