ଶ୍ରୀନଗର: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଜମ୍ମୁ କଶ୍ମୀରର ପୁଞ୍ଚରେ ସହିଦ ଔରଙ୍ଗଜେବଙ୍କ ଘରେ ପହଞ୍ଚି ପରିବାର ସଦସ୍ୟଙ୍କୁ ନିଜର ସମବେଦନା ଜଣାଇଛନ୍ତି। ଏହି ଅବସରରେ ସହିଦଙ୍କ ପିତା ତଥା ପୂର୍ବ ସୈନିକ ମହମ୍ମଦ ହନିଫ୍ଙ୍କୁ ନିର୍ମଳା କହିଥିଲେ ଯେ ସେନା ବାହିନୀ ଓ ଦେଶବାସୀ ଆପଣଙ୍କ ସହିତ ଅଛନ୍ତି। ଔରଙ୍ଗଜେବ ସମଗ୍ର ଦେଶର ପୁଅ ବୋଲି ସେ କହିଥିଲେ। ପରିବାର ସଦସ୍ୟଙ୍କ ସହ ନିର୍ମଳା କିଛି ସମୟ ବିତାଇଥିଲେ ଏବଂ ସେଠାରୁ ଫେରିବା ପରେ କହିଥିଲେ ଯେ ଏହି ପରିବାରର ତ୍ୟାଗ ସମଗ୍ର ଦେଶ ପାଇଁ ପ୍ରେରଣା। ପରିବାର ସଦସ୍ୟଙ୍କ ସହିତ କିଛି ସମୟ ବିତାଇବା ପରେ ଗଣମାଧ୍ୟମକୁ କହିଛନ୍ତି ଯେ ସହିଦ ପରିବାର ସହିତ କିଛି ସମୟ କଟାଇବା ପରେ ମୁଁ ଏକ ବଡ଼ ବାର୍ତ୍ତା ନେଇ ଆସିଛି। ଏହି ସହିଦ ପରିବାରର ମହାନ ଚିନ୍ତାଧାରା ସମସ୍ତଙ୍କ ପାଇଁ ଗର୍ବର କାରଣ ଏବଂ ପ୍ରେରଣାର ଉତ୍ସ ବୋଲି ସେ କହିଛନ୍ତି। ଔରଙ୍ଗଜେବ ଗତ ୧୪ ତାରିଖ ଦିନ ଛୁଟି ନେଇ ଘରକୁ ଫେରୁଥିବା ବେଳେ ରାସ୍ତାରେ ତାଙ୍କୁ ଆତଙ୍କବାଦୀମାନେ ଅପହରଣ କରି ହତ୍ୟା କରିଥିଲେ। ଔରଙ୍ଗଜେବଙ୍କୁ ନୃଶଂସ ହତ୍ୟା ଜମ୍ମୁ କଶ୍ମୀରରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଆତଙ୍କବାଦୀ ନିପାତ ଅଭିଯାନକୁ ଅଧିକ ବ୍ୟାପକ କରିବାକୁ ସେନା ଘୋଷଣା କରିଥିଲା।
ଔରଙ୍ଗଜେବଙ୍କ ପରିବାରକୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ
/sambad/media/post_attachments/wp-content/uploads/2018/06/20_06_2018-nirmla-in-jammu_18101912.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)