ମତପାର୍ଥକ୍ୟକୁ ବଢ଼ାଇ ଭାରତ ଓ ଚୀନ୍ ବିବାଦ କରିବେ ନାହିଁ: ଚୀନ୍ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର

ବେଜିଙ୍ଗ୍: ମତପାର୍ଥକ୍ୟକୁ ବଢ଼ାଇ ବିବାଦ କରିବେ ନାହିଁ ବୋଲି ସପ୍ତାହନ୍ତ ଆଲୋଚନା ବେଳେ ଦୁଇ ଦେଶର ସେନା ସହମତି ପ୍ରକାଶ କରିଥିବା କଥା ସୋମବାର ଦିନ ଚୀନ୍ କହିଛି।

ଲଦାଖ ବିବାଦ ସମାଧାନ ନିମନ୍ତେ ଗତ ଶନିବାର ଦିନ ଦୁଇ ଦେଶର ବରିଷ୍ଠ ସାମରିକ ଅଧିକାରୀମାନଙ୍କ ମଧ୍ୟରେ ବସିଥିବା ବୈଠକ ସମ୍ପର୍କରେ ସଂକ୍ଷିପ୍ତ ଟିପ୍ପଣୀ ଦେଇ ଆଜି ଚୀନ୍‌ର ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ମତପାର୍ଥକ୍ୟକୁ ବିବାଦ ନ କରାଇବା ନିମନ୍ତେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍ ଉପନୀତ ହୋଇଥିବା ସହମତି ପ୍ରଣୟନ କରିବେ।

ଏଠାରେ ପ୍ରକାଶଯୋଗ୍ୟ କି, ଗତ ଅକ୍ଟୋବର ମାସରେ ଚେନ୍ନାଇ ଠାରେ ମୋଦୀ ଓ ଜି’ଙ୍କ ଦ୍ବିତୀୟ ଅଣଆନୁଷ୍ଠାନିକ ଶିଖର ବୈଠକ ସମେତ ଅନ୍ୟାନ୍ୟ ବୈଠକରେ ଗୁରତ୍ବାରୋପ କରି କହିଥିଲେ ଯେ, ଦିଲ୍ଲୀ ଓ ବେଜିଙ୍ଗ୍ ମତପାର୍ଥକ୍ୟକୁ ବଢ଼ାଇ ବିବାଦ ନ କରିବା ଉଚିତ; ମତପାର୍ଥକ୍ୟର ସମାଧାନ କରିହେବ।

image Courtesy of India Today

ଚୀନ୍‌ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ହୁଆ ଚୁନ୍‌ୟିଙ୍ଗ୍ କହିଛନ୍ତି ଯେ, ଜୁନ୍ ୬ ତାରିଖ ଅପରାହ୍ଣରେ ଚୁସୁଲ୍-ମୋଲଡୋ ଅଞ୍ଚଳରେ ଚୀନ୍ ଓ ଭାରତର କମାଣ୍ଡର୍‌ଙ୍କ ମଧ୍ୟରେ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଦୁଇ ପକ୍ଷ ବିଚାରବିମର୍ଶ କରିଛନ୍ତି। ନିକଟରେ ଦୁଇ ପକ୍ଷ କୂଟନୈତିକ ଏବଂ ସାମରିକ ଚାନେଲ୍‌ରେ ସୀମାନ୍ତରେ ଚାଲିଥିବା ବିବାଦ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା ମଧ୍ୟ କରିଛନ୍ତି।

ତେଣୁ, ସମ୍ପ୍ରତି ମୋଟାମୋଟି ଭାବେ ପରିସ୍ଥିତି ସ୍ଥିର ଏବଂ ନିୟନ୍ତ୍ରଣାଧୀନ ରହିଛି ବୋଲି ହୁଆ କହିଛନ୍ତି।

ସମ୍ବନ୍ଧିତ ଖବର