ବନ୍ୟା ଆସିଲା, ଚାଲ ପହଁରିବା

ନୂଆଦିଲ୍ଲୀ:ବନ୍ୟା ଆସିଛି, ଘରେ ପାଣି ପଶିଛି ଏହି ଅଭୁଲା ମୁହୂର୍ତ୍ତକୁ କେମିତି ଯିବାକୁ ଦେବା? ଆପଣ ବନ୍ୟାକୁ ଅଭୁଲା ମୁହୂର୍ତ୍ତ କହିବାରୁ ଆଶ୍ଚର୍ଯ୍ୟ ହେଲେ କି ଜମା ବି ହୁଅନ୍ତୁନି କାରଣ ବନ୍ୟା ସମସ୍ତଙ୍କ ପାଇଁ ଦୁଃଖ ଓ ଦୁର୍ଦ୍ଦଶା ଆଣିନଥାଏ ବରଂ କିଛିଙ୍କ ପାଇଁ ସନ୍ତରଣ କରିବାର ଏକ ଅନୁଭୂତି ବି ଦେଇଥାଏ | ସୋସିଆଲ ମିଡିଆରେ ଏବେ ଭାଇରଲ ହେଉଥିବା ଏକ ଭିଡିଓରୁ ଏଭଳି କିଛି ଦେଖିବାକୁ ମିଳିଛି |

ଘଟଣାଟି କିଛି ଏହିପରି | ପ୍ରବଳ ବର୍ଷା ହେବା ଫଳରେ ଘରେ ପାଣି ପଶିଯାଇଥିଲା | ପାଣିର ମାତ୍ରା ଏତେ ଅଧିକ ଥିଲା ଯେ ଏହା ଘରର କାନ୍ଥ ପର୍ଯ୍ୟନ୍ତ ଉଠିଯାଇଥିଲା | ଘରେ ଏତେ ପାଣି ପଶିଥିବାର ଦେଖି ଘରେ ଥିବା ଦମ୍ପତି ପହଁରା କଥା ଚିନ୍ତା କରିଥିଲେ | ସ୍ୱାମୀ ନିଜେ ପହଁରି ନଥିଲେ ବି ସ୍ତ୍ରୀଙ୍କୁ ପହଁରିବା ପାଇଁ ଉତ୍ସାହିତ କରିଥିଲେ |


ପାହାଚର ରେଲିଂକୁ ଧରି ମହିଳା ଜଣକ ପହଁରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି | ସତରେ ଅଦ୍ଭୁତ ଭାରତର ଭିନ୍ନ ପରିଭାଷା | କେଉଁଠି ବନ୍ୟା ଆଖି ତଳେ ଲୁହ ଆଣି ଦେଉଛି ତ ପୁଣି କେଉଁଠି ଓଠରେ ହସ ଖେଳାଇ ଦେଉଛି |

ସମ୍ବନ୍ଧିତ ଖବର