ଅଭୁତ ବିବାହ : ମୃତ୍ୟୁର ୧୭ ବର୍ଷ ପରେ ସାଜିଲେ ବାଳକବାଳିକା ସାଜିଲେ ବର-ବଧୂ, ରୀତିନୀତି ସହ ହେଲା ବିବାହ

ମେରଠ: ଉତ୍ତରପ୍ରଦେଶର ମେରଠ ଜିଲ୍ଲାର ମଢ଼ିଆ ଗ୍ରାମରେ ବୁଧବାର ଦିନ ଦେଖିବାକୁ ମିଳିଛି ଦୁଇଟି ଭିନ୍ନପ୍ରକାରର ବିବାହ । ଏହି ବିବାହର ପ୍ରସ୍ତୁତି ସାଧାରଣ ବିବାହମାନଙ୍କ ଭଳି ରହିଥିଲା । ଏଥିରେ ପୂରା ଗ୍ରାମକୁ ସଜ୍ଜା ଯାଇଥିବା ବେଳେ ଢ଼ୋଲ-ବାଜା , ଭୋଜି ଏବଂ ଶାସ୍ତ୍ରୀୟ ରୀତିନୀତିରେ ସଂପୂର୍ଣ୍ଣ ବିବାହ ଅନୁଷ୍ଠିତ ହୋଇଥିଲା । ଆପଣ ଭାବୁଥିବେ ଏହି ବିବାହରେ ତା’ହେଲେ ଭିନ୍ନ କ’ଣ ରହିଲା? ପ୍ରକୃତରେ ବିବାହ ହେଉଥିବା ବର-ବଧୂଙ୍କର ମୃତ୍ୟୁ ପ୍ରାୟ ୧୭ ବର୍ଷ ପୂର୍ବେ ହୋଇଥିଲା, ଯେତେବେଳେ ସେମାନଙ୍କ ବୟସ କେବଳ ୫-୬ ବର୍ଷ ଥିଲା । ବର୍ତ୍ତମାନ ତାଙ୍କର ମୃତ୍ୟୁକୁ ୧୭ ବର୍ଷ ପୂରା ହୋଇଥିବା ବେଳେ ଚାରି ଜଣଙ୍କ ଫଟୋକୁ ବର-ବଧୂ ସଦୃଶ ସଜାଇ ତାଙ୍କର ବିବାହ ଉତ୍ସବ ଆୟୋଜିତ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ନଟ ଜାତିର ପରମ୍ପରା ଅନୁଯାୟୀ ଏହି ବିବାହ ଅନୁଷ୍ଠିତ ହୋଇଛି।

Caribbean360

ଏହି ଭିନ୍ନ ବିବାହ ଉତ୍ସବଟି ନଟ ଜାତିର ଚାରୋଟି ପରିବାରର ମୃତ୍ୟୁବରଣ କରିଥିବା ପୁଅ-ଝିଅଙ୍କ ମଧ୍ୟରେ ହୋଇଥିଲା। ମଢ଼ିଆ ଗ୍ରାମର ରାଜବୀରଙ୍କ ଝିଅ ରୁପାଙ୍କର ମୃତ୍ୟୁ ପ୍ରାୟ ୧୭ ବର୍ଷ ପୂର୍ବେ ହୋଇଥିବା ବେଳେ ସେହି ସମୟରେ ତାଙ୍କ ବୟସ ୫ବର୍ଷ ରହିଥିଲା। ରୁପା ସହିତ ତାଙ୍କ ପଡ଼ୋଶୀରେ ରହୁଥିବା ମୁନିଶଙ୍କ ଝିଅ ପାୟଲଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ସୂଚନାଯୋଗ୍ୟ ସେହି ସମୟରେ ଭାବନାପୁର ଥାନା ଅନ୍ତର୍ଗତ ଆଲମପୁର ଗ୍ରାମର ବାସନ୍ଦା ଗୋବିନ୍ଦା ଏବଂ ଅକ୍ଷୟଙ୍କର ୬ ବର୍ଷର ପୁତ୍ରଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଚାରି ଜଣଙ୍କର ମୃତ୍ୟୁର ୧୭ ବର୍ଷ ପରେ ତାଙ୍କର ଫଟୋକୁ ବିବାହିତ ବର-ବଧୂଙ୍କ ଭଳି ସୁସଜ୍ଜିତ କରି ଢ଼ୋଲ-ବାଜା ସହ ବିବାହ କରାଯାଇଥିଲା । ସଂପୂର୍ଣ୍ଣ ଗ୍ରାମକୁ ବିବାହ ଉତ୍ସବ ପାଇଁ ସଜ୍ଜିତ କରାଯାଇଥିବା ବେଳେ ଗ୍ରାମବାସୀଙ୍କ ପାଇଁ ଭୋଜିର ବ୍ୟବସ୍ଥା କରାଯାଇଥିଲା। ଏହି ବିବାହଟି ଉତ୍ତରପ୍ରେଦେଶରେ ବର୍ତ୍ତମାନ ଚହଳ ସୃଷ୍ଟି କରିଥିବା ବେଳେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର