ଦେଖିଛନ୍ତି କେବେ ଏଭଳି ମନିପର୍ସ, ଡେରି କାହିଁକି ଶୀଘ୍ର କିଣନ୍ତୁ

ବଦଳୁଛି ଦୁନିଆ ଆଉ ବିକାଶର ଟ୍ରାକରେ ଆଗକୁ ଆଗକୁ ମାଡିଚାଲିଛି ପୃଥିବୀ | ପ୍ରତିଦିନ ବଜାରକୁ କିଛି ନା କିଛି ନୂଆ ଜିନିଷ ଆସୁଛି | ଏବେ ଏମିତି ଏକ ମନିପର୍ସ ଆସିଛି ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | କେବେ ଆପଣ ଲୋକଙ୍କ ମୁହଁ ଭଳି ଦିଶୁଥିବା ପର୍ସ ଦେଖିଛନ୍ତି | ଯେଉଁଥିରେ ଆପଣ ଟଙ୍କା ରଖିପାରିବେ |

ସୋସିଆଲ ମିଡିଆରେ ଏମିତି ଏକ ପର୍ସର ଭିଡିଓ ଭାଇରଲ ହୋଇଛି ଯାହାକି ସମସ୍ତଙ୍କୁ ତାଜୁବ କରିଦେଉଛି | ଏଭଳି ଭାବେ ଏହି ପର୍ସକୁ ପ୍ରସ୍ତୁତ କରାଯାଇଛି ଯେ କେହି ବି ଦେଖିବ ପ୍ରଥମେ ଦ୍ଵନ୍ଦରେ ପଡ଼ିଯିବ | କାରଣ ଗୋଟିଏ ଲୋକର ଚେହେରାର ତଳ ଭାଗ ଭଳି ଏହା ଦେଖାଯାଉଛି |

 

ଚୀନର ଏକ କମ୍ପାନୀ ଏହି ଭିଡି଼ଓକୁ ଟ୍ୱିଟରରେ ସେୟାର କରିଥିଲା ଏହା ପରେ ଲୋକଙ୍କ ମୋବାଇଲରୁ ମୋବାଇଲକୁ ଏହି ଭିଡିଓ ଘୁରିବୁଲୁଛି | ଏହାକୁ ନେଇ ଲୋକ କମେଣ୍ଟସ ଦେବା ସହ କେଉଁଠି ମିଳୁଛି ବୋଲି ପ୍ରଶ୍ନ କରିଛନ୍ତି | ତେବେ କେବେ ଏହା ମାର୍କେଟକୁ ଆସିବ ତାହା ଜଣାପଡିନାହିଁ |

ସମ୍ବନ୍ଧିତ ଖବର