କଲେଜର ଅଜବ ନିୟମ ! ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରେମିକ-ପ୍ରେମିକାଙ୍କୁ ଆଣିବା ପରେ ହିଁ କଲେଜକୁ ପ୍ରବେଶ କରି ପାରିବେ, ଜାଣନ୍ତୁ ଏହା ପଛର ସତ୍ୟତା

ଚଣ୍ଡିଗଡ଼ : କଲେଜ ଯିବା ପରେ ଅନେକ  ଯୁବକ-ଯୁବତୀ ପ୍ରେମରେ ପଡ଼ିଥାଆନ୍ତି । କିନ୍ତୁ କଲେଜକୁ ପ୍ରବେଶ କରିବାକୁ ହେଲେ ନିଜର ପ୍ରେମିକ କିମ୍ବା ପ୍ରେମିକାଙ୍କୁ ନିହାତି ଆଣି ଆସିବା ଦରକାର, ଏ କଥାଟି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ତେବେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ କିଛି ସେପରି ଘଟଣା ଘଟିଛି । କିଛି ଦିନ ତଳେ  ସୋସିଆଲ ମିଡ଼ିଆରେ ଏକ ଚିଠି ଭାଇରାଲ ହୋଇଥିଲା।  ଯେଉଁଥିରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଯୁବକ-ଯୁବତୀ ନିଜ ନିଜର ପ୍ରେମିକ ବା ପ୍ରେମିକାଙ୍କୁ ଆଣିବା ପରେ ହିଁ କଲେଜରେ ପ୍ରବେଶ କରି ପାରିବେ ବୋଲି ଲେଖା ଯାଇଥିଲା । ଏହି ଚିଠିଟି ଭାଇରାଲ ହେବା ପରେ କଲେଜର ଏହି ନିଷ୍ପତ୍ତିକୁ ନେଇ ସୋସିଆଲ ମିଡ଼ିଆରେ ହଙ୍ଗାମା ଆରମ୍ଭ ହୋଇ ଯାଇଥିଲା ।

itiswrittenforyou.wordpress.com

ଏ କଥା ଜଣା ପଡ଼ିବା ପରେ ଏଭଳି ମିଥ୍ୟା ଖବର କିଏ ପ୍ରସାର କରିଛି ତାହାର ତଦନ୍ତ ଆରମ୍ଭ କରିଥିଲେ କଲେଜ କର୍ତ୍ତୃପକ୍ଷ । ତଦନ୍ତ ପରେ କଲେଜର ଜଣେ ଛାତ୍ର ଏପରି କରିଥିବା ସୂଚନା ମିଳିଛି । ସବୁ ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ଛାତ୍ରକୁ କଲେଜରୁ ବାହାର କରି ଦିଆଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର