ଏହି ଟୁରିଷ୍ଟ ଗାଇଡ଼ଙ୍କ କୌଶଳ ଦେଖିଲେ ଆପଣ ନ ହସି ରହିପାରିବେନି

ମଦୁରାଇ: ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ପ୍ରାଚୀନ କୀର୍ତ୍ତି ରାଜିରେ ସମୃଦ୍ଧ ହେଉଛି ଭାରତ | ପୁରାତନ ଲୋକକଳା ସାଙ୍ଗକୁ ପାରମ୍ପରିକ ନୃତ୍ୟ ଭାରତର ସଂସ୍କୃତିକୁ ସ୍ୱତନ୍ତ୍ର ମହତ୍ୱ ଦେଇଥାଏ | ଯାହାକୁ ଦେଖିବାକୁ ବହୁ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ଭାରତକୁ ଆସିଥାନ୍ତି | ଏହି ବିଦେଶୀ ପର୍ଯ୍ୟଟକଙ୍କୁ ଐତିହ ସ୍ଥଳୀ ବାବଦରେ ବୁଝାଇବାକୁ ବହୁ ସଂଖ୍ୟାରେ ଟୁରିଷ୍ଟ ଗାଇଡ଼ ମଧ୍ୟ ରହିଛନ୍ତି | ଏବେ ସାମ୍ନାକୁ ଆସିଛନ୍ତି ଏମିତି ଜଣେ ଟୁରିଷ୍ଟ ଗାଇଡ଼ ଯାହାଙ୍କ ସ୍ୱତନ୍ତ୍ର କଳା ତାଙ୍କୁ ଖ୍ୟାତି ଆଣି ଦେଇଛି | ନୀତି ଆୟୋଗର ସିଇଓ ଅମିତାଭ କାନ୍ତ ଏମିତି ଜଣେ ଟୁରିଷ୍ଟ ଗାଇଡ଼ଙ୍କ ଭିଡିଓ ନିଜ ଟ୍ୱିଟରରେ ପୋଷ୍ଟ କରିଛନ୍ତି ଯାହାକି ଏବେ ସମସ୍ତଙ୍କୁ ପସନ୍ଦ ଆସିଛି |

ଏହି ଟୁରିଷ୍ଟ ଗାଇଡ଼ ଜଣକ ହେଉଛନ୍ତି ପ୍ରଭୁ | ସେ ତାମିଲନାଡୁର ମଦୁରାଇରେ ରହୁଥିବାବେଳେ ଏଠାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କୁ ଭିନ୍ନ ଢଙ୍ଗରେ ଐତିହ ସ୍ଥଳୀ ଓ ପ୍ରାଚୀନ ନୃତ୍ୟ ବାବଦରେ ବୁଝାଇଥାନ୍ତି |

ପ୍ରଭୁ ଭାରତର ଶାସ୍ତ୍ରୀୟ ନୃତ୍ୟକୁ ଏମିତି ଢଙ୍ଗରେ ନିଜେ ପ୍ରଦର୍ଶନ କରିଥାନ୍ତି ଯେ ଯାହାକୁ କେହି ବି ବିଶ୍ୱାସ କରିପାରିବେନି | ଶାସ୍ତ୍ରୀୟ ନୃତ୍ୟର ସମସ୍ତ ମୁଖ ଭଙ୍ଗୀ ସହ ହସ୍ତର ମୁଦ୍ରା ଏଭଳି ଭାବେ ନିଜେ ପ୍ରଦର୍ଶିତ କରିଥାନ୍ତି ଯାହାକି ବିଦେଶୀ ପର୍ଯ୍ୟଟକଙ୍କୁ ନୃତ୍ୟ କଳା ବାବଦରେ ସବୁ ତଥ୍ୟ ଦେଇଦେଇଥାଏ | କେବଳ ଶାସ୍ତ୍ରୀୟ ନୃତ୍ୟ ବାବଦରେ ଏହାର ଇତିହାସ ନ କହି ନୃତ୍ୟର ସବୁ ଷ୍ଟେପ ବାବଦରେ ପ୍ରଭୁ ନିଜେ ନୃତ୍ୟ କରି ଦେଖାଇଦେଇଥାନ୍ତି |

ସମ୍ବନ୍ଧିତ ଖବର