ଆମ୍ବୁଲାନ୍ସ ନ ମିଳିବାରୁ ବାପାର ଶବକୁ ୮କିମି ଟ୍ରଲିରେ ବୋହିଲେ ଭିନ୍ନକ୍ଷମ ଭାଇ-ଭଉଣୀ

ବାରବାଙ୍କି : ଆମ୍ବୁଲାନ୍ସ ନ ମିଳିବାରୁ ବାପାର ଶବକୁ ୮ କିଲୋମିଟର ବୋହିଲେ ଭିନ୍ନକ୍ଷମ ଭାଇ-ଭଉଣୀ । ଏପରି ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଥିଲା ଉତ୍ତରପ୍ରଦେଶର ବାରବାଙ୍କିରେ । ଚିକିତ୍ସା ପାଇଁ ଉକ୍ତ ବ୍ୟକ୍ତିଙ୍କୁ ଡ଼ାକ୍ତରଖାନା ଅଣାଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ଘରକୁ ନେବା ପାଇଁ ବାହାରିବା ପରେ ଡ଼ାକ୍ତରଖାନାରେ କୌଣସି ଗାଡ଼ି ଉପଲବ୍ଧ ନଥିଲା । କିଛି ସମୟ ଅପେକ୍ଷା କରିବା ପରେ ଦୁଇ ଭାଇ-ଭଉଣୀ ରାଜକୁମାର ଏବଂ ମଞ୍ଜୁ ଏକ ଟ୍ରଲି ଯୋଗେ ନିଜ ବାପାଙ୍କୁ ବୋହି ବୋହି ୮କି.ମି ଦୂରରେ ଥିବା ତାଙ୍କ ଘରେ ପହଞ୍ଚିଥିଲେ । ଆସୁଥିବା ବାଟରେ ଏ ଦୃଶ୍ୟ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଥିଲା ।

AwazJantaKi

ଦୁଇ ଜଣ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ କେହି ସାହାଯ୍ୟର ହାତ ବଢ଼ାଇ ନ ଥିଲେ । ଏ ନେଇ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ. ଆର୍‌ ଚନ୍ଦ୍ରଙ୍କୁ ପଚରାଯିବା ପରେ ପୁରା ଜିଲ୍ଲାରେ ରୋଗୀଙ୍କ ପାଇଁ ମାତ୍ର ଦୁଇଟି ଗାଡ଼ି ରହିଛି ବୋଲି ସେ କହିଥିଲେ । ଏହା ପ୍ରଥମେ ନୁହେଁ, ଆଗରୁ ମଧ୍ୟ ଅନେକ ପରିବାର ଲୋକ ସେମାନଙ୍କ ପ୍ରିୟଜନଙ୍କ ମରଶରୀରକୁ କାନ୍ଧରେ ବୋହି ନିଜ ଘରକୁ ନେଇଥାଆନ୍ତି । କାରଣ କେନ୍ଦ୍ର ଏହି ଜିଲ୍ଲା ପାଇଁ ଦୁଇରୁ ଅଧିକ ଗାଡ଼ି ଯୋଗାଇବାରେ ଅସମର୍ଥ ହୋଇଛି ।

ସମ୍ବନ୍ଧିତ ଖବର