ଅସହାୟ ମା’ର ଦୁଃଖ…‘ନିଖୋଜ ନାବାଳିକା ଝିଅକୁ ଖୋଜିବାକୁ କହିଲେ ପୁଲିସ କହୁଛି ଗାଡ଼ିରେ ତେଲ ପକାଅ, ତେବେ ଯାଇ ଆମେ ଖୋଜିବୁ’

କାନପୁର: ଉତ୍ତରପ୍ରଦେଶର କାନପୁରରେ ଜଣେ ଦିବ୍ୟାଙ୍ଗ ମହିଳା ସ୍ଥାନୀୟ ପୁଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଦିବ୍ୟାଙ୍ଗ ମହିଳା ଜଣକ କାନପୁର ପୁଲିସ ନିକଟରେ ଅଭିଯୋଗ କରି କହିଛନ୍ତି, ମୋ ଝିଅ ଅନେକ ଦିନ ହେବ ନିଖୋଜ ରହିଛି। ଝିଅକୁ ଖୋଜିବା ପାଇଁ ମୁଁ ଗତ ମାସରେ ପୁଲିସରେ ଅଭିଯୋଗ କରିଥିଲି। କିନ୍ତୁ ପୁଲିସ ମୋର କୌଣସି କଥା ଶୁଣି ନଥିଲା। ଅନେକ ଥର ମୋର ଅପମାନ ବି କରିଛି। କେବଳ ଏତିକି ନୁହେଁ ମୋର ଝିଅ ଚରିତ୍ର ଉପରେ ବି ସନ୍ଦେହ କରିଛି। ଝିଅକୁ ଖୋଜିବାକୁ କହିଲେ ପୁଲିସ କହୁଛି ଗାଡ଼ିରେ ଡିଜେଲ ପକାଅ। ତେବେ ଯାଇ ଆମେ ତୁମର ଝିଅକୁ ଖୋଜିବୁ।

 

ମୁଁ କେବେ ମିଛ କୁହେନି, ଏକଥା ସତ ଯେ ମୁଁ ପୁଲିସ ଗାଡ଼ିରେ ଡିଜେଲ ଭରିଛି। ମୁଁ ପୁଲିସ କର୍ମଚାରୀଙ୍କୁ ୩ରୁ ୪ଥରରେ ୧୦ରୁ ୧୫ହଜାର ଟଙ୍କା ଡିଜେଲ ଭରିବାକୁ ଦେଇଛି। ଏହା ସତ୍ତ୍ବେ ବି ସେମାନେ ମୋ ଝିଅକୁ ଖୋଜି ପାରି ନାହାନ୍ତି।

ଦିବ୍ୟାଙ୍ଗ ମହିଳାଙ୍କ ଏହି ଭିଡିଓ ଭାଇରାଲ ହେବାପରେ କାନପୁର ପୁଲିସ ଟୁଇଟ କରି ଉକ୍ତ ପୁଲିସ ଷ୍ଟେସନ ଇନଚାର୍ଜଙ୍କୁ ନିଲମ୍ବନ କରାଯିବା ସହିତ ମାମଲାର ଯାଞ୍ଚ ଆଦେଶ ଦେଇଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର