“ ଆଗକୁ କଷ୍ଟକର ସମୟ ଆସୁଛି”  ମୋଦି ଜିତିବା ପରେ ପାକିସ୍ତାନ ନେତାଙ୍କ ବୟାନ

ଇସ୍ଲାମାବାଦ – ଭାରତରେ ନରେନ୍ଦ୍ର ମୋଦି ବିପୁଳ ବିଜୟ ସହ କ୍ଷମତାକୁ ଫେରିଥିବାବେଳେ ପାକିସ୍ତାନରେ ଏନେଇ ଆଶଙ୍କା ପ୍ରକାଶ ପାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ମୋଦିଙ୍କୁ ବିଜୟର ଅଭିନନ୍ଦନ ଦେଇଥିବା ସତ୍ତ୍ବେ ପାକିସ୍ତାନ ସରକାର କିନ୍ତୁ ମୋଦିଙ୍କ ପ୍ରତ୍ୟାବର୍ତ୍ତନକୁ ସେତେଟା ଶୁଭ ସଂକେତ ବୋଲି ମାନୁନାହାନ୍ତି । ପାକିସ୍ତାନର ପୂର୍ବତନ ସୂଚନା ମନ୍ତ୍ରୀ ତଥା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ନେତା ସେରି ରେହମାନ କହିଛନ୍ତି ଯେ ଆଗାମୀ ଦିନରେ ପାକିସ୍ତାନ ପାଇଁ କଷ୍ଟକର ସମୟ ଆସୁଛି । ପାକିସ୍ତାନକୁ ଏକ କଠୋର ପଡୋଶୀର ସାମନା କରିବାକୁ ପଡିବ । ମୋଦି ଥିବା ପର୍ଯ୍ୟନ୍ତ ଶାନ୍ତି କ୍ଷେତ୍ରରେ ସେପରି କିଛି ଅଗ୍ରଗତି ସମ୍ଭବ ହେବ ନାହିଁ ।

ପାକିସ୍ତାନର ଏସବୁ ଆଶଙ୍କାର କାରଣ ହେଉଛି, ମୋଦିଙ୍କ ପ୍ରଥମ ୫ ବର୍ଷ ପାକିସ୍ତାନ ପାଇଁ ଅତ୍ୟନ୍ତ କଷ୍ଟଦାୟକ ଥିଲା । ପୂର୍ବବର୍ତ୍ତି ସରକାରମାନଙ୍କ ସ୍ବଭାବର ବିପରୀତ ମୋଦି ସରକାର ପାକିସ୍ତାନ ଉପରେ ବିଭିନ୍ନ ସମୟରେ ଚାପ ପକାଇବାକୁ ସକ୍ଷମ ହୋଇଥିଲେ । ଉରୀ ଓ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ କରି ତାହାର କଡା ଜବାବ ଦେଇଥିଲା ।

ସମ୍ବନ୍ଧିତ ଖବର