ତୁମ ଜୀବନ ତୁମକୁ ଅଭିନନ୍ଦନ କହି ଆତ୍ମହତ୍ୟା କଲେ ଡ଼ିଆଇଜିଙ୍କ ପତ୍ନୀ

ଲଖନଉ: ଉତ୍ତରପ୍ରଦେଶର ରାଜଧାନୀ ଲଖନଉରେ ଆଜି ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ପତ୍ନୀ ଆତ୍ମହତ୍ୟା କରିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି | ଲଖନଉର ଡ଼ିଆଇଜି ଚନ୍ଦ୍ର ପ୍ରକାଶଙ୍କ ପତ୍ନୀ ଆଜି ସକାଳେ ଆତ୍ମହତ୍ୟା କରିଥିଲେ । ପୁଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ତଦନ୍ତରୁ ଜଣାପଡିଛି ଯେ ଡ଼ିଆଇଜିଙ୍କ ପତ୍ନୀ ପୁଷ୍ପା ପ୍ରକାଶ ସକାଳ ପ୍ରାୟ ୧୧ଟା ସମୟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ |

ଏହା ପରେ ତାଙ୍କୁ ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଷ୍ପା ପ୍ରକାଶ ଫାଶୀ ଲଗାଇ ଆତ୍ମହତ୍ୟା କରିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ଆଉ ଘଟଣାସ୍ଥଳରୁ କୌଣସି ସୂଈସାଇଡ ନୋଟ ମଧ୍ୟ ଉଦ୍ଧାର କରାଯାଇ ନାହିଁ। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ପୁଷ୍ପା ପ୍ରକାଶ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ସ୍ୱାମୀଙ୍କୁ ଫୋନ କରିଥିଲେ ।

ଆଉ ତୁମ ଜୀବନ ତୁମକୁ ଅଭିନନ୍ଦନ କହି ଆତ୍ମହତ୍ୟା କରିଥିଲେ | ତେବେ ପତ୍ନୀଙ୍କ ଏଭଳି ଫୋନ କଲ ପାଇବା ପରେ ଅଫିସରେ ଥିବା ସ୍ୱାମୀ ତୁରନ୍ତ ଘରକୁ ଫେରି ଆସିଥିଲେ। ଘରର ଅନ୍ୟ ସଦସ୍ୟମାନେ ତଳ ମହଲା କୋଠରୀରେ ଥିବାବେଳେ ପୁଷ୍ପା ପ୍ରଥମ ମହଲା କୋଠରୀରେ ଆତ୍ମହତ୍ୟା କରିଥିଲେ |

ସମ୍ବନ୍ଧିତ ଖବର

Comments are closed.