ନ୍ୟୁୟର୍କ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଅଛନ୍ତି। ତେବେ ମୋଦୀଙ୍କ ଆମେରିକା ଗସ୍ତକୁ ନେଇ କଂଗ୍ରେସ କ୍ରମାଗତ ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରୁଛି। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତକୁ ନେଇ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ କଟାକ୍ଷ କରିଛନ୍ତି। ସେ ଟ୍ୱିଟରରେ ଏକ ପୋଷ୍ଟ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମିତି ଏକ ସମୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛନ୍ତି ଯେଉଁ ସମୟରେ ମଣିପୁର ହିଂସାର ନିଆଁରେ ଜଳୁଛି | ଦିଗବିଜୟ ଟ୍ୱିଟ କରି ଲେଖିଛନ୍ତି ଯେ, ଯେତେବେଳେ ମଣିପୁର ହିଂସାର ନିଆଁରେ ଜଳୁଛି, ପ୍ରଧାନମନ୍ତ୍ରୀ ମୋଦୀ ଜାତିସଂଘରେ ଯୋଗ କରୁଥିଲେ।
ରୋମ ଜଳିବାବେଳେ ନେରୋ ବଂଶୀବାଦନ କରିବା ଇତିହାସ ଏହାକୁ ଉଜାଗର କରୁନାହିଁ କି? ମୋଦୀଙ୍କ ଶାସନ ମଧ୍ୟ ନେରୋଙ୍କ ଶାସନ ପରି ନୁହେଁ କି? ’ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିରବତା ଉପରେ କଂଗ୍ରେସ ଲଗାତାର ଆକ୍ରମଣ କରୁଛି। ଏଭଳି ସମୟରେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ରାଜନୈତିକ ମାହୋଲକୁ ଆହୁରି ଗରମ କରିଛି। ଉଲ୍ଲେଖ ଥାଉ କି ଯେ ମଣିପୁରରେ ଆରମ୍ଭ ହୋଇଥିବା ଜାତିଗତ ହିଂସାରେ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାରେ ପହଞ୍ଚିବା ପୂର୍ବରୁ ଚୀନ୍ ମିଳିତ ଜାତିସଂଘରେ ଏକ ପ୍ରସ୍ତାବ ଉପରେ ଭାରତକୁ ଅଟକାଇଥିଲା। ଯେଉଁଥିରେ ୨୦୦୮ ମୁମ୍ବାଇ ଆକ୍ରମଣରେ ଅଭିଯୁକ୍ତ ସାଜିଦ ମୀରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷିତ କରିବାକୁ ଦାବି କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/digvijay-modi.jpg)