ସରସ୍ୱତୀ ଶିଶୁ ମନ୍ଦିରକୁ ନେଇ ବିବାଦୀୟ ବୟାନ ଦେଲେ ଦିଗବିଜୟ, ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ଭୋପାଳ: ସରସ୍ୱତୀ ଶିଶୁ ମନ୍ଦିରକୁ ନେଇ ବିବାଦୀୟ ବୟାନ ଦେଲେ କଂଗ୍ରେସ ନେତା ଦିଗବିଜୟ ସିଂହ | ଆଉ ଏହାକୁ ଜୋରଦାର ବିରୋଧ କରିଛି ବିଜେପି | କେବଳ ବିଜେପି ନୁହେଁ ବରଂ ଶିଶୁମନ୍ଦିରର ଛାତ୍ରଛାତ୍ରୀ ମଧ୍ୟ ଦିଗବିଜୟଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି | ମିଳିଥିବା ସୂଚନା ମୁତାବକ ମଧ୍ୟପ୍ରଦେଶରେ ବିଦ୍ୟାଳୟ ଓ ମଦ୍ରାସାକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଛି। ଦିଗବିଜୟ ସରସ୍ୱତୀ ଶିଶୁ ମନ୍ଦିରର ଶିକ୍ଷାକୁ ନେଇ ପ୍ରଶ୍ନ ଉଠାଇବା ପରେ ଏହାକୁ ନେଇ ବିରୋଧ ତୀବ୍ର ହୋଇଛି |

ଦିଗବିଜୟଙ୍କ ବୟାନକୁ ନେଇ ବିଜେପିର ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗିୟ ଟାର୍ଗେଟ କରିଥିବାବେଳେ ଏବେ ମଧ୍ୟପ୍ରଦେଶର ବିଜେପି ବିଧାୟକ ରମେଶ୍ୱର ଶର୍ମା ମଧ୍ୟ କଡା ଜବାବ ଦେଇଛନ୍ତି | ସେ କହିଛନ୍ତି ଯେ, ମଦ୍ରାସାରେ ଦେଶ ବିରୋଧରେ ଷଡଯନ୍ତ୍ର ଚାଲିଛି। କେବଳ ଏତିକି ନୁହେଁ, ରାମେଶ୍ୱର ଶର୍ମା କହିଛନ୍ତି, ଦିଗବିଜୟ ପାକିସ୍ତାନର ଭାଷା କହୁଛନ୍ତି।

ସେହିପରି ଛାତ୍ରଛାତ୍ରୀମାନେ ମଧ୍ୟ ବ୍ୟାଙ୍କ ବିରୋଧ କରିଛନ୍ତି | “ଦିଗବିଜୟ ଅଙ୍କଲ ମୁଁ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର, ମୁଁ ଆତଙ୍କବାଦୀ ନୁହେଁ’ କିଛି ଏଭଳି ଲେଖାଥିବା ପୋଷ୍ଟର ଛାତ୍ରଛାତ୍ରୀମାନେ ପ୍ରଦର୍ଶିତ କରିଥିଲେ | ସୂଚନା ଥାଉ କି ଯେ ଦିଗବିଜୟ, ସରସ୍ୱତୀ ଶିଶୁ ମନ୍ଦିର ବାବଦରେ କହିଥିଲେ ଯେ, ଏହା ଏଭଳି ଏକ ଶିକ୍ଷାନୁଷ୍ଠାନ ଯେଉଁଠାରେ ପିଲାମାନଙ୍କୁ ପିଲାବେଳୁ ଅନ୍ୟ ଧର୍ମ ବିରୋଧରେ ଘୃଣା କରିବାର ମଞ୍ଜି ପୋତିଦିଆଯାଏ |

ସମ୍ବନ୍ଧିତ ଖବର