ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍ଓ) ଇପିଏସ୍ ପେନ୍ସନଭୋଗୀମାନଙ୍କ ଦ୍ୱାରା ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ (ଡିଏଲ୍ସି) ଦାଖଲ ପାଇଁ ଏକାଧିକ ବିକଳ୍ପ ସୃଷ୍ଟି କରିଛି। ଇପିଏଫଓର ଏହି ପଦକ୍ଷେପ ଫଳରେ କୋଭିଡ୍-୧୯ ସଙ୍କଟ କାଳରେ ଇପିଏସ୍ ପେନ୍ସନଭୋଗୀ ସେମାନଙ୍କ ଡିଏଲସି ଦାଖଲ କରିବାକୁ, ସେମାନଙ୍କ ଘର ନିକଟରେ କିମ୍ବା ଦ୍ୱାର ସମ୍ମୁଖରେ ଏକାଧିକ ବିକଳ୍ପକୁ ସୁଗମ କରାଯାଇଛି। ଏହାଦ୍ୱାରା ପ୍ରାୟ ୬୭ ଲକ୍ଷ ଇପିଏସ୍ ପେନ୍ସଭୋଗୀ ଉପକୃତ ହୋଇ ପାରିବେ। ଏମାନଙ୍କ ମଧ୍ୟରୁ ପ୍ରାୟ ୨୧ ଲକ୍ଷ ହେଉଛନ୍ତି ବିଧବା, ଶିଶୁ ଏବଂ ଅନାଥ ପେନ୍ସନଭୋଗୀ।
ଉଲ୍ଲେଖଯୋଗ୍ୟ, କର୍ମଚାରୀ ପେନ୍ସନ୍ ସ୍କିମ୍ ୧୯୯୫ (ଇପିଏସ୍’୯୫)ର ସମସ୍ତ ପେନ୍ସନଭୋଗୀ ସେମାନଙ୍କ ପେନ୍ସନ୍ ବାବଦ ପ୍ରାପ୍ୟ ଜାରି ରଖିବା ପାଇଁ ପ୍ରତିବର୍ଷ ଜୀବନ ପ୍ରମାଣ ପତ୍ର (ଜେପିପି)/ ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ (ଡିଏଲ୍ସି) ଦାଖଲ କରିବା ଆବଶ୍ୟକ ହୋଇଥାଏ।
/sambad/media/post_attachments/wp-content/uploads/2020/11/epfo1.jpg)
ତେବେ, କୋଭିଡ୍-୧୯ ମହାମାରୀର ସାଂପ୍ରତିକ ପରିସ୍ଥିତିରେ, କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍ଓ) ଇପିଏସ୍ ପେନ୍ସନଭୋଗୀଙ୍କ ପାଇଁ ସେମାନଙ୍କ ଘର ନିକଟରେ କିମ୍ବା ସେମାନଙ୍କ ଦ୍ୱାର ନିକଟରେ ଡିଏଲସି ଦାଖଲ କରିବାକୁ ଏକାଧିକ ବିକଳ୍ପ ସୃଷ୍ଟି କରିଛି। ଏହି ସମସ୍ତ ବ୍ୟବସ୍ଥା ମାଧ୍ୟମରେ ଦାଖଲ ହୋଇଥିବା ଜେପିପି ବା ଡିଏଲସିକୁ ବୈଧ ବୋଲି ବିବେଚନା କରାଯିବ।
ଇପିଏସ୍ ପେନ୍ସନଭୋଗୀମାନେ ବର୍ତ୍ତମାନ ସେମାନଙ୍କୁ ପେନ୍ସନ୍ ବିତରଣ କରୁଥିବା ବ୍ୟାଙ୍କ ଶାଖା ଏବଂ ନିକଟସ୍ଥ ଡାକଘରକୁ ଯାଇ ନିଜ ନିଜର ଡିଏଲସି ଦାଖଲ କରିପାରିବେ ଏବଂ ଏହା ୧୩୫ଟି ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ୧୧୭ଟି ଜିଲ୍ଲା କାର୍ଯ୍ୟାଳୟ ବ୍ୟତୀତ ୩.୬୫ ଲକ୍ଷରୁ ଅଧିକ ସାଧାରଣ ସେବା କେନ୍ଦ୍ର (ସିଏସ୍ସି)ର ଏକ ଦେଶବ୍ୟାପୀ ନେଟୱାର୍କ ମାଧ୍ୟମରେ ଦାଖଲ ହୋଇପାରିବ। ଏହାବାଦ ଉମଙ୍ଗ ଆପ୍ ମାଧ୍ୟମରେ ମଧ୍ୟ ପେନସନଭୋଗୀମାନେ ଡିଏଲସି ଦାଖଲ କରିପାରିବେ ବୋଲି ଇପିଏଫ୍ଓ ସ୍ପଷ୍ଟ କରିଛି।
ଉଲ୍ଲେଖଯୋଗ୍ୟ, ପେନ୍ସନଭୋଗୀମାନଙ୍କ ପାଇଁ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ନିକଟରେ ଡୋରଷ୍ଟେପ୍ ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ (ଡିିଏଲସି) ସେବା ଆରମ୍ଭ କରିଛି। ଏଥିରେ ବର୍ତ୍ତମାନ ନାମମାତ୍ର ଦେୟରେ ଡୋରଷ୍ଟେପ୍ ବା ନିଜ ଘରେ ସେବା ମିଳିପାରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/epfo.jpg)