୨୦୨୦ରେ ଭୁବନେଶ୍ୱରରେ ଖୋଲିପାରେ ଡିଜିଟାଲ ସପିଙ୍ଗ ମଲ !

ଭୁବନେଶ୍ୱର: ଅନଲାଇନ ସପିଙ୍ଗ କରିବା ଏବେ ଯେତିକି ସହଜ ହୋଇଯାଇଛି ସେତିକି ସମସ୍ୟା ମଧ୍ୟ ସୃଷ୍ଟି କରିଛି | କାରଣ ଅନଲାଇନ ସପିଙ୍ଗ ମାଧ୍ୟମରେ ନକଲି ଜିନିଷ ମଧ୍ୟ ଡେଲିଭରି ହେବାରେ ଲାଗିଛି | କିନ୍ତୁ ଖୁବ ଶୀଘ୍ର ଏଭଳି ସମସ୍ୟାରୁ ଗ୍ରାହକଙ୍କୁ ମୁକ୍ତି ମିଳିପାରେ | ପ୍ରକୃତରେ ୨୦୨୦ ମସିହା ସୁଦ୍ଧା ଦେଶକୁ ପ୍ରଥମ ଡିଜିଟାଲ ମଲ ମିଳିବାକୁ ଯାଉଛି | ଏହି ଡିଜିଟାଲ ମଲ ମାଧ୍ୟମରେ ଜଣେ ଚାହିଁଲେ ମୋବାଇଲ, ଲାପଟପ ମାଧ୍ୟମରେ ବୁଲି ବୁଲି କିଣାକିଣି କରିପାରିବେ |

କିଭଳି କାମ କରିବ ଅନଲାଇନ ମଲ
ଯେଭଳି ଆପଣ ମଲରେ ବୁଲି ବୁଲି କୌଣସି ଜିନିଷ କିଣୁଛନ୍ତି, ଠିକ ସେହିପରି ଡିଜିଟାଲ ମଲରେ ଥିବା ସେହି ସାମଗ୍ରୀର ବ୍ରାଣ୍ଡ ଆଉଟଲେଟରେ ଆପଣ ଉକ୍ତ ସାମଗ୍ରୀକୁ ପସନ୍ଦ କରିପାରିବେ | ସେଠାରେ ଲାଗିଥିବା ସିଷ୍ଟମରେ ଆପଣଙ୍କ ପସନ୍ଦ ଜିନିଷକୁ ଏଣ୍ଟର କରିବାକୁ ପଡିବ |

କେଉଁଠାରେ ଖୋଲିବ ?
ଭାରତରେ ପ୍ରଥମେ ଏହି ଡିଜିଟାଲ ମଲ ଦିଲ୍ଲୀ-ଏନସିଆରରେ ଖୋଲିବ | ଏହା ପରେ ଲଖନଉ, ଭୁବନେଶ୍ୱର, ମାଙ୍ଗଲୋର, ମୁମ୍ବାଇ, ବାଙ୍ଗାଲୋର, ଚେନ୍ନାଇ, ହାଇଦ୍ରାବାଦରେ ଏହି ମଲ ଖୋଲିବାର ଯୋଜନା ରହିଛି | ଭାରତ ଛଡା ଡିଜିଟାଲ ମଲ ଚୀନ, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର, ମାଲେସିଆ, ଥାଇଲାଣ୍ଡ ଓ ଇଣ୍ଡୋନେସିଆରେ ବି ଖୋଲିବ |

ସମ୍ବନ୍ଧିତ ଖବର