ରିଜର୍ଭ ବ୍ୟାଙ୍କ ଆରମ୍ଭ କରିବ ଡିଜିଟାଲ ଟଙ୍କା

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦେଶରେ ଡିଜିଟାଲ ଟଙ୍କା ପ୍ରଚଳନ କରାଯିବ । ବ୍ଲକଚେନ ଓ ଅନ୍ୟ ପ୍ରକାରର ଟେକନଲୋଜୀ ବ୍ୟବହାର କରି ଏହା କରାଯିବ । ଆଜି ଲୋକସଭାରେ ନିଜର ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷ ଆରମ୍ଭରେ ରିଜର୍ଭ ବ୍ୟାଙ୍କ ଡିଜିଟାଲ ଟଙ୍କା ଆରମ୍ଭ କରିବ । ଏହା ଅର୍ଥନୈତିକ କାର୍ଯ୍ୟକଳାପକୁ ବୃଦ୍ଧି କରିବାରେ ସହାୟକ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି । ପୂର୍ବରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଧ୍ୟ ଏ ସଂର୍କରେ ସଂକେତ ଦିଆଯାଇଥିଲା ।

ସରକାରୀ ବିଭାଗ ସ୍ତରରେ ଅର୍ଥ ନେଣଦେଣରେ ହେଉଥିବା ବିଳମ୍ବକୁ କମ କରିବାକୁ ଏକ ଅନଲାଇନ ବିଲ ପେମେଣ୍ଟ ସିଷ୍ଟମ ଆରମ୍ଭ କରାଯିବ । ଏହାକୁ ସବୁ କେନ୍ଦ୍ର ସରକାରୀ ବିଭାଗ ବ୍ୟବହାର କରିପାରିବେ ।

ଅନ୍ୟପକ୍ଷରେ ଭର୍ଚୁଆଲ ଡିଜିଟାଲ ଆସେଟରୁ ଆୟ ଓ ଟ୍ରାନ୍ସଫର ଉପରେ ୩୦ ପ୍ରତିଶତ ଟିକସ ଲାଗିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଆୟ ସଂପର୍କରେ କୌଣସି ରିହାତି ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର