ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ୩୬ ଥର ଡିଜିଟାଲ ଶବ୍ଦ ଉଚ୍ଚାରଣ କଲେ

ନୂଆଦିଲ୍ଲୀ : ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ମଙ୍ଗଳବାର ୩୬ ଥର ଡିଜିଟାଲ ଶବ୍ଦକୁ ଉଚ୍ଚାରଣ କରିଛନ୍ତି। ମହିଳା ଓ ଛାତ୍ର ଶବ୍ଦକୁ ମାତ୍ର ଥରଟିଏ ବ୍ୟବହାର କରିଛନ୍ତି। ନିଜର ୧ ଘଣ୍ଟା ୩୧ ମିନିଟର ଅଭିଭାଷଣରେ ସେ ମୋଟ ୧୦୬୫୦ ଶବ୍ଦ ପଢ଼ିଛନ୍ତି। ସେଥିରେ ସେ ଏକାଧିକ ଥର ଡିଜିଟାଲ, ଭିତ୍ତିଭୂମି ଏବଂ ଟିକସ ଶବ୍ଦକୁ ବ୍ୟବହାର କରିଛନ୍ତି। ସେହି ସମୟରେ ବିଜୁଳି, ଗରିବ, କରୋନା, ରୋଜଗାର ଶବ୍ଦ ବ୍ୟବହାର ସଂଖ୍ୟା କମ ରହିଛି। ସେ ‌ମହାମାରୀ ଓ ରୋଜଗାର ଶବ୍ଦ ୬ ଥର ଏବଂ ଚାଷୀ ଶବ୍ଦକୁ ୧୩ ଥର, ଅଭିବୃଦ୍ଧି ଶବ୍ଦ ୧୬ ଥର ଓ ସ୍ବାସ୍ଥ୍ୟ ଶବ୍ଦକୁ ୧୭ ଥର ବ୍ୟବହାର କରିଛନ୍ତି। ଟିକସ ଶବ୍ଦକୁ ୨୨ଥର ଓ ଭିତ୍ତିଭୂମି ଶବ୍ଦକୁ ୨୬ ଥର ଉଚ୍ଚାରଣ କରିଛନ୍ତି।

ମେଡ୍ ଇନ୍ ଇଣ୍ଡିଆ ଟାବ୍‌ଲେଟ୍‌ରେ ବଜେଟ୍‌

ନୂୂଆଦିଲ୍ଲୀ : ବଜେଟ ଭାଷଣକୁ ମଙ୍ଗଳବାର ଅର୍ଥମନ୍ତ୍ରୀ ଏକ ମେଡ୍ ଇନ୍ ଇଣ୍ଡିଆ ବା ଭାରତରେ ନିର୍ମିତ ଟାବ୍‌ଲେଟ୍‌ରେ ସଂସଦକୁ ଆଣିଥିଲେ। ଅଶୋକ ଚକ୍ର ଚିହ୍ନ ଥିବା ଏକ ଲାଲ ଖୋଳ ଭିତରେ ତାହାକୁ ରଖିଥିଲେ। ବଜେଟ୍ ଉପସ୍ଥାପନ ସମୟରେ ସେ ତାହାକୁ ତାଙ୍କ ମାଇକ୍‌ ପାଖରେ ରଖି ଏହାକୁ ପଢ଼ିଥିଲେ। ଗତବର୍ଷ ପ୍ରଥମ ଥର ପାଇଁ ଡିଜିଟାଲ ଫର୍ମାଟରେ ବଜେଟ୍ ଉପସ୍ଥାପନ କରାଯାଇଥିଲା। ଦ୍ବିତୀୟ ଥର ପାଇଁ ମଧ୍ୟ ଅର୍ଥମନ୍ତ୍ରୀ କାଗଜବିହୀନ ବଜେଟ୍ ଆଣିଛନ୍ତି।

ସମ୍ବନ୍ଧିତ ଖବର