କାଶ୍ମୀରକୁ ନେଇ ଦିଗ୍‌ବିଜୟଙ୍କ ଅଡିଓ ଚାଟ୍‌ ଭାଇରାଲ୍‌ କଂଗ୍ରେସ କ୍ଷମତାକୁ ଆସିଲେ ପୁଣି ଧାରା ୩୭୦ ଲାଗୁ କରିବ

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ବିବଦାୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ପୁଣି ଥରେ କାଶ୍ମୀରକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। କ୍ଲବ୍‌ ହାଉସ୍‌ ଚାଟ୍‌ରେ ଜଣେ ପାକିସ୍ତାନୀ ସାମ୍ବାଦିକଙ୍କ ଉପସ୍ଥିତିରେ ଦିଗ୍‌ବିଜୟ କହିଥିଲେ ଯେ କଂଗ୍ରେସ କ୍ଷମତାକୁ ଆସିଲେ ପୁଣି ଥରେ ଧାରା ୩୭୦ ଲାଗୁ କରିବା ପାଇଁ ବିଚାର କରିବ। ଦିଗ୍‌ବିଜୟଙ୍କ ଏହି ଅଡିଓ ଚାଟ୍‌ ଭାଇରାଲ୍‌ ହେବା ପରେ କଂଗ୍ରେସକୁ ଆଜି ବିଜେପି ଘେରିଛି। କଂଗ୍ରେସ ପାକିସ୍ତାନ ଯାହା ଚାହୁଛି ତାହା କରିବାକୁ ସର୍ବଦା ଆଗଭର ଏବଂ ଏହାର ପାକିସ୍ତାନ ପ୍ରେମ ପୁଣି ଥରେ ସାମ୍ନାକୁ ଆସିଛି ବୋଲି ବିଜେପି ନେତା ଅମିତ ମାଲବୀୟ ଟ୍ବିଟ୍‌ କରି କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି ଯେ ଦିଗବିଜୟ ସିଂହ କଂଗ୍ରେସର ଏହି ବାର୍ତ୍ତାକୁ ପାକିସ୍ତାନ ପହଞ୍ଚାଇଛନ୍ତି। ପାକିସ୍ତାନ କାଶ୍ମୀରକୁ ଦଖଲ କରୁ ବୋଲି କଂଗ୍ରେସ ଚାହୁଛି ଏବଂ ଏ ଦିଗରେ କଂଗ୍ରେସ ନେତାମାନେ ପାକିସ୍ତାନକୁ ସହାୟତା କରୁଛନ୍ତି ବୋଲି ଦିଗ୍‌ବିଜୟ କହିଛନ୍ତି।

ସମ୍ବନ୍ଧିତ ଖବର