ନୂଆଦିଲ୍ଲୀ: କଂଗ୍ରେସ ନେତା ଦିଗବିଜୟ ସିଂହ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ‘ଦୁର୍ଘଟଣା’ କହୁଥିବା ଟ୍ୱିଟ୍ ଏବେ ବିବାଦୀୟ ହୋଇଯାଇଛି । ବିଜେପି ଏହି ଟ୍ୱିଟକୁ ସମାଲୋଚନା କରିବା ସହ ଦିଗବିଜୟ ସିଂହଙ୍କୁ ଘେରିବାକୁ ଚେଷ୍ଟା କରିଛି । ସେପଟେ ଦିଗବିଜୟ ସିଂହ ଏହି ମାମଲାରେ ମୋଦି ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ।

Advertisment

ଦିଗବିଜୟ ସିଂହ କହିଛନ୍ତି କି, “ମୋର ଯେଉଁ ଟ୍ୱିଟ୍ ଉପରେ ଆପଣ ଏବଂ ଆପଣଙ୍କ ମନ୍ତ୍ରୀମାନେ ମତେ ପାକିସ୍ତାନର ସମର୍ଥକ ଓ ଦେଶଦ୍ରୋହୀ କହୁଛନ୍ତି, ସେ ଟ୍ବିଟ୍ ମୁଁ  ଦିଲ୍ଲୀରୁ କରିଥିଲି। ସେଠାକାର ପୁଲିସ କେନ୍ଦ୍ର ସରକାରଙ୍କ ଅଧିନରେ ଆସେ । ଯଦି ଆପଣଙ୍କର ସାହସ ଅଛି, ତେବେ ମୋ ଉପରେ ମୋକଦ୍ଦମା କରନ୍ତୁ ।”

ସୂଚନାଯୋଗ୍ୟ, ଦିଗବିଜୟ ସିଂହ ଜୈସ-ଏ-ମହମ୍ମଦର ଆତଙ୍କବାଦୀ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନାର ଆକ୍ରମଣକୁ ନେଇ ଟ୍ୱିଟରେ ଲେଖିଥିଲେ କି, ପୁଲୱାମା ‘ଦୁର୍ଘଟଣା’ ପରେ ଆମର ବାୟୁସେନା ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକ୍ ପରେ କିଛି ବିଦେଶୀ ମିଡିଆରେ ସନ୍ଦେହ ସୃଷ୍ଟି କରାଯାଉଛି, ଯେଉଁଥିରେ  ଭାରତ ସରକାରଙ୍କ ବିଶ୍ୱସନୀୟତା ଉପରେ ମଧ୍ୟ ପ୍ରଶ୍ନ ଚିହ୍ନ ଲଗାଯାଉଛି ।