ଭୋପାଳ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଭୋପାଳ ଆସନରେ ହେବାକୁ ଥିବା ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି। ‘ହିନ୍ଦୁ ଆତଙ୍କବାଦ’ ପ୍ରସଙ୍ଗ ନେଇ ଏଠାରେ ରାଜନୀତି ସରଗରମ ଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ ସିଂହ ଏବେ ତାଙ୍କର ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞାଙ୍କୁ ହରାଇବା ପାଇଁ ତନ୍ତ୍ର-ମନ୍ତ୍ରର ଆଶ୍ରୟ ନେବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଭୋପାଳରେ କମ୍ପ୍ୟୁଟର ବାବାଙ୍କ ନେୃତ୍ବରେ ଦିଗ୍ବିଜୟଙ୍କ ସମର୍ଥନରେ ତନ୍ତ୍ର ପୂଜା ଓ ଧୁନି ଚାଲିଛି । ଏହା ସହିତ ସ୍ବତନ୍ତ୍ର ଯଜ୍ଞ ଏବଂ ହଟ ଯୋଗ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି । ଆଜି ଏସବୁ କାର୍ଯ୍ୟକ୍ରମରେ ଦିଗ୍ବିଜୟ ପତ୍ନୀ ଅମୃତା ସିଂହଙ୍କ ସହିତ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ବିଜେପି ସାଧ୍ବୀ ପ୍ରଜ୍ଞାଙ୍କୁ ହିନ୍ଦୁତ୍ବ ଅସ୍ମିତାର ଚେହେରା ଭାବେ ଉପସ୍ଥାପନ କରୁଥିବା ବେଳେ ଦିଗ୍ବିଜୟ ତାଙ୍କୁ ହିନ୍ଦୁ ଉଗ୍ରବାଦୀ ଭାବେ ଚିତ୍ରଣ କରୁଛନ୍ତି।
ଆଜି ଦିଗ୍ବିଜୟ କେତେକ ସନ୍ନାସୀ ଓ ତାନ୍ତ୍ରିକଙ୍କ ସହ ପୂଜାପାଠ ଏବଂ ଯଜ୍ଞରେ ସାମିଲ ହୋଇଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ କମ୍ପ୍ୟୁଟର୍ ବାବା। ଭୋପାଳରେ ଏଥିପାଇଁ ବିଶାଳ ପୂଜାସ୍ଥଳ ଆୟୋଜନ ହୋଇଥିଲା ଏବଂ ଦିଗ୍ବିଜୟ ତାଙ୍କ ହିନ୍ଦୁ ବିରୋଧୀ ଛବିରେ ପରିବର୍ତ୍ତନ ଆଣିବାକୁ ଭରପୂର ପ୍ରୟାସ କରିଥିଲେ। ଏହି ଅବସରରେ କମ୍ପୁଟର ବାବା କହିଥିଲେ ଯେ ବିଜେପି ସରକାର ୫ ବର୍ଷରେ ରାମ ମନ୍ଦିର ନିର୍ମାଣ କରିବାରେ ସକ୍ଷମ ହେଲାନାହିଁ। ରାମ ମନ୍ଦିର ହୋଇ ନଥିବାରୁ ମୋଦୀ ସରକାରଙ୍କୁ ପୁଣି କ୍ଷମତାକୁ ଆସିବା ସୁଯୋଗ ମିଳିବ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସାଧ୍ବୀ ପ୍ରଜ୍ଞା ଦିଗ୍ବିଜୟଙ୍କ ତନ୍ତ୍ର-ମନ୍ତ୍ର ଏବଂ ଯଜ୍ଞ କାର୍ଯ୍ୟକ୍ରମକୁ ସମାଲୋଚନା କରି କହିଛନ୍ତି ଯେ ହିନ୍ଦୁତ୍ବର ଅସଲ ପରିଭାଷା ଦିଗ୍ବିଜୟଙ୍କୁ ମାଲୁମ୍ ନାହିଁ। କମ୍ପ୍ୟୁଟର ବାବା ଦିଗ୍ବିଜୟଙ୍କ ପାଇଁ କରୁଥିବା ତନ୍ତ୍ର-ମନ୍ତ୍ର ବ୍ୟବସାୟ ସଂପର୍କରେ ଭୋପାଳବାସୀ ଠିକ୍ ଜାଣିଛନ୍ତି ଏବଂ ଏହାର ଜବାବ ମିଳିବ ବୋଲି ସେ କହିଛନ୍ତି।
ଦିଗ୍ବିଜୟଙ୍କ ତନ୍ତ୍ର-ମନ୍ତ୍ର
ପତ୍ନୀଙ୍କ ସହ ଧୁନି ପୂଜା, ଯଜ୍ଞ ଏବଂ ହଟଯୋଗରେ ସାମିଲ
/sambad/media/post_attachments/wp-content/uploads/2019/05/diga.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)