ଦିଲୀପ କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା କହି ତାଙ୍କ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିବାକୁ କହିଲେ ପତ୍ନୀ ସାଇରା ବାନୁ

ମୁମ୍ବାଇ: ଚଳିିତ ବର୍ଷ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ବଲିଉଡର ବରିଷ୍ଠ ଅଭିନେତା ଦିଲୀପ କୁମାରଙ୍କ କରୋନା ଆକ୍ରାନ୍ତ ଥିବା ଦୁଇ ଭାଇଙ୍କ ଦେହାନ୍ତ ହୋଇଥିଲା। ଦୁଇ ଭାଇଙ୍କୁ ହରାଇବା ପରେ ଏବେ ଦିଲୀପ କୁମାର ଭାଙ୍ଗି ପଡ଼ିଥିବା ଜଣା ପଡ଼ିଛି। ଏହା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା  ଏବେ ଭଲ ରହୁନଥିବା କହିଛନ୍ତି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ସାଇରା ବାନୁ।

ଏକ ସାକ୍ଷାତକାରରେ, ଦିଲୀପ କୁମାରଙ୍କ ରୋଗ ପ୍ରତିରୋଧକ ଶକ୍ତି କମ ଥିବା ସହ ଦିନକୁ ଦିନ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟୁଛି। ତାଙ୍କ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି ସାଇରା ବନୁ। ଏହା ସହ ସେ କହିଛନ୍ତି ଯେ, ମୋ ସ୍ବାମୀଙ୍କର ଏଭଳି ସେବା କରୁଥିବାରୁ ମୁଁ କାହାର ପ୍ରଶଂସା ଚାହେଁ ନାହିଁ। କାରଣ ତାଙ୍କ ସହ ସମୟ ବିତାଇବାକୁ ମୋତେ ଭଲ ଲାଗେ। ସେ ମେ‌ାର ନିଶ୍ବାସ ଭଳି।

headlineenglish.com

ସୂଚନା ମୁତାବକ, କିଛି ଦିନ ତଳେ ଅଭିନେତା ଦିଲ୍ଲୀପ କୁମାର ଓ ପତ୍ନୀ ସାଇରା ବାନୁଙ୍କ ବିବାହ ବାର୍ଷିକୀ ଥିବା ବେଳେ ଦୁହେଁ ଏହି ଦିନକୁ ପାଳନ କରିନଥିଲେ। ଦିଲ୍ଲୀପ କୁମାର କରୋନା ମହାମାରୀରେ ନିଜ ଭାଇ ଏହଶାନ୍‌ ଖାନ୍‌ ଓ ଅସଲମ୍‌ ଖାନ୍‌କୁ ହରାଇଥିବାରୁ ଚଳିତ ବର୍ଷ ଦୁହେଁ ନିଜର ସ୍ବତନ୍ତ୍ର ଦିନକୁ ପାଳନ କରିନଥିଲେ।

ସମ୍ବନ୍ଧିତ ଖବର