ଦିଲୀପ କୁମାରଙ୍କୁ ଜମି ମାଫିଆଙ୍କ ଧମକ : ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଇରା ବାନୁ

ମୁମ୍ବାଇ : ଗତବର୍ଷ ଗିରଫ ହୋଇ ଜେଲଦଣ୍ଡ ଭୋଗିବା ପରେ ବିଲ୍‌ଡର ସମୀର ଭୋଜୱାନି ମୁକୁଳିଛନ୍ତି। ଏହାକୁ ନେଇ ସୁପରଷ୍ଟାର ଦିଲୀପ କୁମାର ଏବଂ ପତ୍ନୀ ସାଇରା ବାନୁ ଅସୁରକ୍ଷିତ ମନେକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସେମାନେ ଶୀଘ୍ର ମୋଦୀଙ୍କୁ ଭେଟିବାକୁ ଚାହୁଥିବା ସାଇରା ବାନୁ ଆଜି ଟ୍ବିଟ୍‌ କରି ଜଣାଇଛନ୍ତି। ଜମି ମାଫିଆ‌ଙ୍କ ପକ୍ଷରୁ ସ୍ବାମୀ ଦିଲୀପ କୁମାର ଧମକର ସମ୍ମୁଖୀନ ହେଉଥିବାରୁ ସୁରକ୍ଷା ଯୋଗାଇବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଦିଲୀପ କୁମାରଙ୍କ ମୁମ୍ବାଇସ୍ଥିତ ପାଲି ହିଲ୍‌ ବଙ୍ଗଳାକୁ ନେଇ ବିବାଦ ଲାଗିରହିଛି। ବିଲ୍‌ଡର ଭୋଜୱାନି ଜାଲ୍‌ ଦସ୍ତାବିଜ ଦେଖାଇ ‌ସେମାନଙ୍କ ବଙ୍ଗଳାକୁ କବ୍‌ଜା କରିବାକୁ ଚାହୁଥିବା ସାଇରା ବାନୁ ଅଭିଯୋଗ କରିବା ପରେ ଭୋଜୱାନିଙ୍କୁ ଗତବର୍ଷ ଗିରଫ କରାଯାଇଥିଲା। ଟ୍ବିଟର୍‌ରେ ସାଇରା ବାନୁ କହିଛନ୍ତି ଯେ ସେମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‌ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏ ବାବଦରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ବର୍ତ୍ତମାନ ଜମି ମାଫିଆମାନେ ସେମାନଙ୍କୁ ବିଭିନ୍ନ ଧମକଚମକ ଦେଉଛନ୍ତି। ଏହାକୁ ନେଇ ସେମାନେ ଏବେ ଅସୁରକ୍ଷିତ ଭାବେ ଦିନ କାଟୁଛନ୍ତି।

ସମ୍ବନ୍ଧିତ ଖବର