ଖୋଲା ଆକାଶ ତଳେ ଥଣ୍ଡାରେ ଜଣେ ଚାଷୀ ଗାଧୋଉ ଥିବା ଫଟୋ ସେୟାର କରି ଦଲଜୀତ କହିଲେ ଏଭଳି କଥା

ମୁମ୍ବାଇ: କୃଷକ ଆନ୍ଦୋଳନକୁ ପୂରାପୂରି ସମର୍ଥନ କରୁଥିବା ପଞ୍ଜାବୀ ଷ୍ଟାର ଦଲଜୀତ ଦୋସାଞ୍ଝ ସୋସିଆଲ ମିଡିଆରେ ଲଗାତାର ଚାଷୀଙ୍କ ସମର୍ଥନରେ ଟ୍ୱିଟ କରୁଛନ୍ତି। ପଞ୍ଜାବୀ ଷ୍ଟାର ଦଲଜୀତ କୃଷକ ଆନ୍ଦୋଳନକାରୀଙ୍କ ବିରୋଧରେ ପ୍ରଶ୍ନ ଉଠାଉଥିବା ଲୋକଙ୍କୁ ଟୁଇଟରରେ ସିଧାସଳଖ ଆକ୍ଷେପ କରିଛନ୍ତି।

ଦଲଜୀତ୍ ଦୋସାଞ୍ଝ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଜଣେ ବୃଦ୍ଧ ଶିଖ ବ୍ୟକ୍ତି ଥଣ୍ଡାରେ ଖୋଲା ଆକାଶ ତଳେ ବସି ଗାଧୋଉ ଥିବା ଦେଖିବାକୁ ମିଳିଛି। ଏହି ଫଟୋ ଟୁଇଟ କରି ଦଲଜୀତ ଲେଖିଛନ୍ତି ଯେ, ‘ତୁମ କଥା ତୁମେ ହିଁ ବୁଝିବ…ଏଇ ଭଗବାନ ଭଳି ଲୋକ ତୁମକୁ ଆତଙ୍କବାଦୀ ଦେଖାଯାଉଛନ୍ତି, ମାନବିକତା ବୋଲି ବି ତ କିଛି ଗୋଟେ ଅଛି।’

ଦଲଜୀତଙ୍କ ଏହି ଟ୍ୱିଟରେ ଲୋକେ ନାନା ପ୍ରତିକ୍ରିୟା ରଖିଛନ୍ତି। କିଛି ସମର୍ଥକ ଏହାକୁ ପସନ୍ଦ କରିଥିବାବେଳେ ଆଉ କିଛି ବିରୋଧ କରିଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, ‘ଦଲଜୀତ୍ ପାଜୀ ଆମେ ପଞ୍ଜାବକୁ ଭଲପାଉ, ପଞ୍ଜାବବାସୀଙ୍କୁ ଭଲପାଉ, ଚାଷୀଙ୍କୁ ଭଲପାଉ କିନ୍ତୁ ଖାଲୀସ୍ତାନିଙ୍କୁ ନୁହେଁ।’ ଆଉ ‌କେତେକ ଲେଖିଛନ୍ତି କହିଛନ୍ତି ଏହିଭଳି ପୋଷ୍ଟ କରି ଲୋକଙ୍କ ମନରେ ବିଷ ଭର ନାହିଁ।

ସମ୍ବନ୍ଧିତ ଖବର