ସିନ୍ଦୁର ଲଗାଇ ଭାରତୀୟ ସଂସ୍କୃତିକୁ ଅପମାନିତ କରିଛନ୍ତି ନୁସରତ: ଦିଲ୍ଲୀପ ଘୋଷ

କୋଲକାତା: ତୃଣମୂଳ କଂଗ୍ରେସ ସାଂସଦ ତଥା ବଙ୍ଗାଳୀ ଚଳଚ୍ଚିତ୍ର ଅଭିନେତ୍ରୀ ନୁସରତ ଜାହାନ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେବା ଉଚିତ୍। ବୁଧବାର ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ ଏହା କହିଛନ୍ତି। ଘୋଷ କହିଛନ୍ତି ଯେ ନୁସରତ ଜାହାନ ସିନ୍ଦୁର ଲଗାଇ ଭାରତୀୟ ସଂସ୍କୃତିକୁ ଲଜ୍ଜିତ କରିଛନ୍ତି। ସେଥିପାଇଁ ସେ ସାଂସଦ ପଦ ଛାଡିବା ଉଚିତ୍। ସୂଚନା ଥାଉ କି ଯେ ନିକଟରେ ନୁସରତ ଜାହାନ, ନିଖିଲ ଜୈନଙ୍କୁ ବିବାହ କରିନଥିବା ବିଷୟରେ କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ନିଖିଲ ଜୈନଙ୍କ ସହ ସେ ଲିଭ-ଇନ୍-ରିଲେସନସିପରେ ରହୁଥିଲେ।

ଭାରତରେ ସେମାନଙ୍କର ବିବାହ ବୈଧ ନଥିଲା, ତେଣୁ ଛାଡପତ୍ରର ମଧ୍ୟ ଆବଶ୍ୟକତା ନାହିଁ | ଦିଲୀପ ଘୋଷ କହିଛନ୍ତି ଯେ ନୁସରତ ଜାହାନ ଜଣେ ମହିଳା ସାଂସଦ। ଆମ ଦେଶରେ ମହିଳାମାନେ କେବଳ ବିବାହ ପରେ ସିନ୍ଦୁର ଲଗାନ୍ତି, କିନ୍ତୁ ସିନ୍ଦୁର ଲଗାଇବା ପରେ ମଧ୍ୟ ସେ ବିବାହ କରିନଥିବା କଥା କହିଛନ୍ତି | ଯାହାକି ଏକ ଲଜ୍ଜାଜନକ ଘଟଣା |

ସୂଚନା ଥାଉ କି ଏହା ପୂର୍ବରୁ ଉତ୍ତରପ୍ରଦେଶର ବିଜେପି ସାଂସଦ ସଂଘମିତ୍ରା ମୌର୍ଯ୍ୟ ମଧ୍ୟ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ନୁସରତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ | ଲୋକସଭାରେ ଶପଥ ଗ୍ରହଣ ସମୟରେ ନିଜକୁ ସେ ବିବାହିତା ବୋଲି କହିଥିବାବେଳେ ଏବେ ମନା କରୁଥିବାରୁ ଓ ମିଛ ତଥ୍ୟ ଦେଇଥିବାରୁ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘମିତ୍ରା ଦାବି କରିଥିଲେ |

ସମ୍ବନ୍ଧିତ ଖବର