ଦିଲ୍ଲୀୱାଲୋ ଆଇ ଲଭ୍‌ ୟୁ: ଦିଲ୍ଲୀ ନୁହେଁ, ଭାରତର ବିଜୟ

‘ହନୁମାନଜୀଙ୍କ କୃପା ବର୍ଷିଲା’

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି ପୁଣି ଏକ ଐତିହାସିକ ବିଜୟ ହାସଲ କରିଛି। ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ହ୍ୟାଟ୍ରିକ୍‌ ବିଜୟ ସହ କ୍ଷମତାକୁ ଫେରିଥିବା ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଆଜି ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଥମେ ‘ଦିଲ୍ଲୀୱାଲୋ, ଆଇ ଲଭ୍‌ ୟୁ’ ବୋଲି କହିଥିଲେ। ଏହି ଅବସରରେ କେଜ୍ରିୱାଲ ପ୍ରଭୁ ହନୁମାନଜୀଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ନିଜକୁ ଦିଲ୍ଲୀର ପୁଅ ବୋଲି କହିଥିଲେ। କେଜ୍ରିୱାଲ କହିଥିଲେ ଯେ ଏହା କେବଳ ଦିଲ୍ଲୀର ବିଜୟ ନୁହେଁ ଏହା ପୂରା ଭାରତର ବିଜୟ। ହନୁମାନଜୀ ଦିଲ୍ଲୀରେ କୃପା ବର୍ଷା କରିଛନ୍ତି ଏବଂ ତାଙ୍କ କୃପାରୁ ଆମେ ଦିଲ୍ଲୀରେ ଆଉ ୫ ବର୍ଷ ଶାସନ କରିବୁ। ଯେଉଁ ସରକାର ଶସ୍ତା ବିଦ୍ୟୁତ, ପ୍ରତି ଘରକୁ ପାଣି ଏବଂ ମହିଳାଙ୍କ ପାଇଁ ସୁରକ୍ଷିତ ବାତାବରଣ ସୃଷ୍ଟି କରିବେ ସେହି ଦଳକୁ ହିଁ ଭୋଟ୍‌ ମିଳିବ ବୋଲି ଦିଲ୍ଲୀବାସୀ ବାର୍ତ୍ତା ଦେଇଛନ୍ତି। ଏହି ରାଜନୀତି ଦେଶ ପାଇଁ ଭଲ ବାର୍ତ୍ତା ଆଣିଛି ବୋଲି କେଜ୍ରିୱାଲ କହିଛନ୍ତି। ଦିଲ୍ଲୀବାସୀଙ୍କ ସ୍ବପ୍ନ ପୂରଣ କରିବା ପାଇଁ ଆମେ ଅହରହ ଉଦ୍ୟମ କରିବୁ ଏବଂ ଏଥିରେ ସଫଳ ହେବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର