ନୂଆଦିଲ୍ଲୀ: ୟୁପି ବିଧାନସଭା ନିର୍ବାଚନରେ ​​ପ୍ରଥମ ଥର ପାଇଁ ପ୍ରଚାର କରିବାକୁ ଆସିଥିବା ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ଯୋଗୀଙ୍କ ଉପରେ ସିଧାସଳଖ ଆକ୍ରମଣ କରିଛନ୍ତି। ସେ ଯୋଗୀଙ୍କ ପୋଷାକର ରଙ୍ଗକୁ ଲୁହାରେ ଲାଗିଥିବା କଳଙ୍କି ସହିତ ତୁଳନା କରିଥିଲେ | ଡିମ୍ପଲ୍ ଜୟା ବଚ୍ଚନଙ୍କ ସହ ସିରଥୁରେ ପହଞ୍ଚି ନିଜ ପ୍ରାର୍ଥୀ ପଲ୍ଲବୀ ପଟେଲଙ୍କ ପାଇଁ ପ୍ରଚାର କରିଥିଲେ। ପଲ୍ଲବୀ ଏଠାରେ ବିଜେପି ପ୍ରାର୍ଥୀ ତଥା ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋୖର୍ଯ୍ୟଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ ବିଧାନସଭା ନିର୍ବାଚନ ପ୍ରଚାରରେ ଏଥର ପୋଷାକ ଓ ଟୋପି ରଙ୍ଗକୁ ନେଇ ସରଗରମ ଆଲୋଚନା ହୋଇଛି |

Advertisment

ଅର୍ଥାତ ବିଜେପି ସମାଜବାଦୀ ପାର୍ଟିର ନାଲି ଟୋପିକୁ ଟାର୍ଗେଟ କରିଥିବାବେଳେ ସମାଜବାଦୀ ପାର୍ଟି ଯୋଗୀଙ୍କ ପୋଷାକକୁ ଟାର୍ଗେଟ କରିଥିଲେ | କିଛି ଦିନ ତଳେ ସପା ଉପରେ ଆକ୍ରମଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ ଯେ ନାଲି ଟୋପି ପିନ୍ଧିଥିବା ଲୋକଙ୍କଠାରୁ ସାବଧାନ ରୁହନ୍ତୁ କାରଣ ନାଲି ରଙ୍ଗ ବିପଦକୁ ସୁଚାଇଥାଏ । ଏହାର ଜବାବରେ ଅଖିଳେଶ ଯାଦବ ସିଏମ ଯୋଗୀଙ୍କ ଉପରେ ଆକ୍ରମଣ କରି କହିଛନ୍ତି ଯେ ଗୋଟିଏ ରଙ୍ଗର ପୋଷାକ ପିନ୍ଧୁଥିବା ଲୋକଙ୍କ ବଦଳରେ ଲୋକମାନେ ରଙ୍ଗୀନ ପୋଷାକ ପିନ୍ଧୁଥିବା ଲୋକଙ୍କୁ ବାଛିବେ।

ତେବେ ଆଜି ଡିମ୍ପଲ୍ ଯୋଗୀଙ୍କୁ ଟାର୍ଗେଟ କରି ଲୋକଙ୍କୁ ପଚାରିଥିଲେ ଯେ ଲୁହାରେ କଳଙ୍କି ଲାଗିଲେ କେଉଁ ରଙ୍ଗ ହୁଏ ?ତା’ପରେ ସେ ନିଜେ ଉତ୍ତର ଦେଇ କହିଥିଲେ ଯେ ଲୁହା ଉପରେ ଲାଗିଥିବା କଳଙ୍କିର ରଙ୍ଗ ଯେଭଳି ହୋଇଥାଏ ଆମର ମୁଖ୍ୟମନ୍ତ୍ରୀ ସମାନ ରଙ୍ଗର କପଡା ପିନ୍ଧନ୍ତି | ଡିମ୍ପଲ୍ କହିଛନ୍ତି ଯେ କଳଙ୍କି ରଙ୍ଗର ପୋଷାକ ପିନ୍ଧୁଥିବା ଏହି ବ୍ୟକ୍ତିଙ୍କୁ ହଟାଇବାର ଆବଶ୍ୟକ ଅଛି |