ଭୁବନେଶ୍ୱର: ସଉକ ପାଇଁ ଡାକ ଟିକଟ ସଂଗ୍ରହ କରୁଥିବା ଷଷ୍ଠରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରବୃତ୍ତି ଓ ଗବେଷଣାକୁ ପ୍ରୋତ୍ସାହନ ଦେବା ଲାଗି ଡାକ ବିଭାଗ ପକ୍ଷରୁ ବାର୍ଷିକ ବୃତ୍ତି ପ୍ରଦାନ ନିମନ୍ତେ ‘ଦୀନ ଦୟାଲ ସ୍ପର୍ଶ ଯୋଜନା’ର ଶୁଭାରମ୍ଭ କରାଯାଇଛି।
ମାନ୍ୟତାପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବା ଏବଂ ଡାକ ଟିକଟ ସଂଗ୍ରହକୁ ସଉକ ଭାବେ ଗ୍ରହଣ କରିଥିବା ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ମେଧାବୀ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୬୦୦୦ ଟଙ୍କା ଓ ମାସିକ ୫୦୦ ଟଙ୍କାର ବୃତ୍ତି ଦିଆଯିବ। ପ୍ରଥମସ୍ତରର ପ୍ରତିଯୋଗିତା ଲିଖିତ ଡାକ ଟିକଟ ସଂଗ୍ରହ ଉପରେ ପ୍ରଶ୍ନୋତ୍ତର ଏବଂ ଦ୍ୱିତୀୟ ସ୍ତରର ପ୍ରତିଯୋଗିତା ଭାବେ ଡାକ ଟିକେଟ୍ ସଂଗ୍ରହ ପ୍ରକଳ୍ପକୁ ଆଧାର କରି ଅନ୍ତିମ ପ୍ରାର୍ଥୀ ଚୟନ କରାଯିବ।
୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ନିର୍ଦ୍ଦିଷ୍ଟ ଡାକ ପ୍ରଭାଗ ମାଧ୍ୟମରେ ଆବେଦନ ପ୍ରାପ୍ତିର ଶେଷ ତାରିଖ ୧୮ ସେପ୍ଟେମ୍ବର ୨୦୨୪ ରଖାଯାଇଛି। ଲିଖିତ ଡାକ ଟିକଟ ସଂଗ୍ରହ ଉପରେ ପ୍ରଶ୍ନୋତ୍ତର ପ୍ରତିଯୋଗିତା ପାଇଁ ପ୍ରାରମ୍ଭିକ ତାରିଖ ୨୯ ସେପ୍ଟେମ୍ବର, ୨୦୨୪ ରଖାଯାଇଛି।
ବୃତ୍ତି ଯୋଜନା ସମ୍ପର୍କରେ ବିସ୍ତୃତ ବିଜ୍ଞପ୍ତି, ଲିଖିତ ପ୍ରଶ୍ନୋତ୍ତର ର ପାଠ୍ୟଖସଡ଼ା, ଡାକ ଟିକେଟ୍ ସଂଗ୍ରହ ପ୍ରକଳ୍ପ କାର୍ଯ୍ୟ ଆଦି ସମ୍ପର୍କରେ ସୂଚନା ୱେବସାଇଟ୍ http://odishapost.gov.inରେ ଉପଲବ୍ଧ ରହିଛି। ଅଧିକ ସୂଚନା ପାଇଁ ସମ୍ପୃକ୍ତ ଡାକ ଡିଭିଜନର ବରିଷ୍ଠ ଅଧୀକ୍ଷକ/ଅଧୀକ୍ଷକ, ପିଏମଜି ସମ୍ବଲପୁର/ବ୍ରହ୍ମପୁର ଏବଂ ଭୁବନେଶ୍ୱରସ୍ଥିତ ଓଡ଼ିଶା ପରିମଣ୍ଡଳ ମୁଖ୍ୟ ମହାଡାକପାଳଙ୍କ କାର୍ଯ୍ୟାଳୟରେ ଯୋଗାଯୋଗ କରାଯାଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/post-office.jpg)