କଲମ୍ବୋ: ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଭାବେ ରାନିଲ ବିକ୍ରମସିଂଘେ ଶପଥ ନେବା ପରେ ଏବେ ତାଙ୍କ ସହପାଠୀ ତଥା ପୂର୍ବତନ ସାଧାରଣ ପ୍ରଶାସନ ମନ୍ତ୍ରୀ ଦୀନେଶ ଗୁଣବର୍ଦ୍ଧନେ ପ୍ରଧାନମନ୍ତ୍ରୀ ହୋଇପାରନ୍ତି | ରଏଟର୍ସର ରିପୋର୍ଟ ଅନୁଯାୟୀ, ଖୁବ୍ ଶୀଘ୍ର ରାଷ୍ଟ୍ରପତି ବିକ୍ରମସିଂଘେ, ଗୁଣବର୍ଦ୍ଧନେଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ପାଠ କରାଇପାରନ୍ତି |ସେହିପରି ବିକ୍ରମସିଂଘେ ଆସନ୍ତାକାଲି ନୂତନ କ୍ୟାବିନେଟ୍ ଘୋଷଣା କରିପାରନ୍ତି। ସୂଚନା ଥାଉ କି ଯେ ଶ୍ରୀଲଙ୍କାରେ ବିରୋଧ ପରେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡି ପଳାଇଥିଲେ।

Advertisment

ଏହା ପରେ ବିକ୍ରମସିଂଘେ ସଂସଦ ନିର୍ବାଚନରେ ​​ସର୍ବାଧିକ ଭୋଟ୍ ପାଇଥିଲେ ଏବଂ ସେ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ। ମହିନ୍ଦା ରାଜପକ୍ଷେଙ୍କ ଇସ୍ତଫା ପରେ ଗୋଟାବାୟା ରାଜପକ୍ଷେ ବିକ୍ରମସିଂଘେଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ। ଆଉ ଗୋଟାବାୟାଙ୍କ ପଳାୟନ ପରେ ବାଚସ୍ପତି ତାଙ୍କୁ କିଛି ଦିନ ପାଇଁ କାର୍ଯ୍ୟକାରୀ ରାଷ୍ଟ୍ରପତି କରିଥିଲେ। ସୂଚନା ଥାଉ କି ଯେ ଶ୍ରୀଲଙ୍କା ଆର୍ଥିକ ସଙ୍କଟ ଦେଇ ଗତି କରୁଛି।

ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ହେତୁ ଶ୍ରୀଲଙ୍କା ପାଇଁ ଆମଦାନୀ କଷ୍ଟକର ହୋଇପଡିଛି। ଏଭଳି ପରିସ୍ଥିତିରେ ଜନସାଧାରଣ ପେଟ୍ରୋଲ ଏବଂ ଡିଜେଲ ସହ ଖାଦ୍ୟଶସ୍ୟର ଅଭାବର ସମ୍ମୁଖୀନ ହେଉଛନ୍ତି।