ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ହୁଅନ୍ତୁ ବୋଲି ମମତା ଚାଁହୁନଥିଲେ: ଦୀନେଶ ତ୍ରିବେଦୀ

କୋଲକାତା: ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀଙ୍କୁ ନେଇ ବଡ ଖୁଲାସା କରିଛନ୍ତି ନିକଟରେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ରାଜ୍ୟସଭା ସାଂସଦ ଦୀନେଶ ତ୍ରିବେଦୀ | ଦୀନେଶ ପ୍ରଣବଙ୍କ ରାଷ୍ଟ୍ରପତି ହେବା ପଛର ଏମିତି ଏକ ଗୁମର ବାବଦରେ କହିଛନ୍ତି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ଦୀନେଶ କହିଛନ୍ତି ଯେ ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ହୁଅନ୍ତୁ ବୋଲି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଚାଁହୁନଥିଲେ |

ସେ କହିଛନ୍ତି ଯେ ୨୦୧୨ ମସିହାରେ ପ୍ରଣବ ମୁଖାର୍ଜୀ ୟୁପିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ | ଆଉ ମମତା ସେତେବେଳେ ପ୍ରଣବଙ୍କୁ ବିରୋଧ କରିଥିଲେ | ମମତା ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ପ୍ରଣବ ମୁଖାର୍ଜୀଙ୍କୁ ଭୋଟ ଦିଆଯିବ ନାହିଁ | ମମତା ପଶ୍ଚିମବଙ୍ଗର ଝିଅ ବୋଲି ନିଜକୁ କହୁଥିବାବେଳେ ପ୍ରଣବ ମୁଖାର୍ଜୀ ପଶ୍ଚିମବଙ୍ଗର ପୁଅ ଥିଲେ | ମମତାଙ୍କ କହିବା ଆଉ କରିବା ଭିତରେ ବହୁତ ଫରକ ରହିଛି | ସେତେବେଳେ ଶୁଭେନ୍ଦୁ ଅଧିକାରୀଙ୍କ ସହ ୧୨ରୁ ଅଧିକ ସାଂସଦ କହିଥିଲେ ଯେ ସେମାନେ ପ୍ରଣବ ମୁଖାର୍ଜୀଙ୍କୁ ହିଁ ଭୋଟ ଦେବେ | ଆଉ ମମତାଙ୍କୁ ଲାଗିଥିଲା ଯେ ପ୍ରଣବଙ୍କୁ ଭୋଟ ନ ଦେଲେ ଦଳ ଭିତରେ ବିଭେଦ ବଢିବ |

\ଏହା ପରେ ମମତା ଦୁଃଖରେ କହିଥିଲେ ଯେ ମତେ ପ୍ରଣବ ମୁଖାର୍ଜୀଙ୍କୁ ଭୋଟ ଦେବାକୁ ପଡୁଛି | ଦୀନେଶ କହିଛନ୍ତି ଯେ ପଶ୍ଚିମବଙ୍ଗକୁ ଯେଉଁ ଅଧିକାର ମିଳିବା କଥା ତାହା ଆଗାମୀ ଦିନରେ ମିଳିବାକୁ ଯାଉଛି | ଯେଉଁଠାରେ ଶାନ୍ତି ନାହିଁ ସେଠାରେ ଉନ୍ନତି ହୋଇପାରିବ ନାହିଁ | ସେହିପରି ଦୀନେଶ ତ୍ରିବେଦୀ କହିଛନ୍ତି ଯେ ତୃଣମୂଳ କଂଗ୍ରେସର ଭ୍ରଷ୍ଟାଚାର ଓ ହିଂସା ମଡେଲ କାମ କରିବ ନାହିଁ |

ସମ୍ବନ୍ଧିତ ଖବର