ମୁମ୍ବାଇ: ଆଇପିଏଲ୍‌ ୨୦୨୪ର ୧୪ ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ)ର ବ୍ୟାଟ୍ସମ୍ୟାନ୍ ମାନେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍)ର ବୋଲରଙ୍କ ସାମ୍ନା ନ କରି ପାରି ଧରାଶାୟୀ ହୋଇଛନ୍ତି। ସୋମବାର ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ରୋହିତ ଶର୍ମା ଗୋଲ୍ଡେନ ଡକ୍‌ରେ ଆଉଟ୍ ହୋଇ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ଏନେଇ ପ୍ରଶଂସକ ରୋହିତଙ୍କୁ ସୋସିଆଲ ମିଡ଼ିଆରେ ଟ୍ରୋଲ୍ କରିଛନ୍ତି।

Advertisment

ଏହାକୁ ନେଇ ରୋହିତଙ୍କ ନାମରେ ଆଇପିଏଲ୍‌ରେ ଲଜ୍ଜାଜନକ ରେକର୍ଡ ହୋଇଛି। ଇତିମଧ୍ୟରେ ସେ ଆଇପିଏଲ୍‌ରେ ୧୭ ଥର ଗୋଲ୍ଡେନ ଡକ୍‌ରେ ଆଉଟ୍ ହୋଇଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ଦିନେଶ କାର୍ତ୍ତିକଙ୍କ ନାମରେ ଥିଲା। ସେ ମଧ୍ୟ ୧୭ ଥର ଗୋଲ୍ଡେନ ଡକ୍‌ରେ ଆଉଟ୍ ହୋଇଥିଲେ। ଏବେ ରୋହିତ ଦିନେଶଙ୍କ ଲଜ୍ଜାଜନକ ରେକର୍ଡ ସହ ସମକ୍ଷକ ହୋଇଛନ୍ତି।

ରୋହିତଙ୍କଠାରୁ ଏକ ଉଲ୍ଲେଖନୀୟ ବ୍ୟାଟିଂ ଲାଇନ୍ ଆଶା କରୁଥିବା ପ୍ରଶଂସକ ନିରାଶ ହୋଇ ରୋହିତଙ୍କ ପ୍ରତି ବିଭିନ୍ନ ନକାରାତ୍ମକ ମନ୍ତବ୍ୟ ପ୍ରଦାନ କରିଛନ୍ତି। ରୋହିତ ଶର୍ମା ମ୍ୟାଚ୍‌ରେ ଗୋଲ୍ଡେନ୍ ଡକ୍‌ରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ପୂର୍ବ ମ୍ୟାଚ୍ ଗୁଡ଼ିକରେ ଦଳର ଖରାପ ପ୍ରଦର୍ଶନ ନେଇ ଅସନ୍ତୁଷ୍ଟ ଥିବା ପ୍ରଶଂସକ  ରୋହିତଙ୍କୁ ଏଭଳି ବ୍ୟାଟିଂକୁ ନେଇ ସୋସିଆଲ ମିଡ଼ିଆରେ ତାଙ୍କୁ ଟ୍ରୋଲ୍ କରିଛନ୍ତି।