ଦୀପିକା ମୋତେ ତାଙ୍କ ପରାମର୍ଶଦାତା କରନ୍ତୁ: ରାମଦେବ

ନୂଆଦିଲ୍ଲୀ: ଦୀପିକା ପାଦୁକୋନ୍‌ ପ୍ରଥମେ ସମାଜବିଜ୍ଞାନ ଓ ରାଜନୀତି ବିଜ୍ଞାନରେ ଜ୍ଞାନ ହାସଲ କରନ୍ତୁ ଏବଂ ତାଙ୍କୁ ତାଙ୍କର ପରାମର୍ଶଦାତା ଭାବେ ନିଯୁକ୍ତ କରିବାକୁ ବାବା ରାମଦେବ ଆହ୍ବାନ ଜଣା‌ଇଛନ୍ତି। ରାମଦେବ କହିଛନ୍ତି, ଦୀପିକାଙ୍କ ଅଭିନୟ କଳା ନେଇ ତାଙ୍କର କୌଣସି ଆପତ୍ତି ନାହିଁ। ମାତ୍ର, ରାଜନୀତି କରିବାକୁ ହେଲେ ପ୍ରଥମେ ଦେଶର ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ସ୍ଥିତି ବିଷୟରେ ଜ୍ଞାନ ହାସଲ କରିବାକୁ ପଡ଼ିବ ଏବଂ ତାଙ୍କୁ ତାଙ୍କର ପରାମର୍ଶଦାତା ଭାବେ ନିଯୁକ୍ତି କଲେ ସେ ପ୍ରଥମେ ଦୀପିକାଙ୍କୁ ରାଜନୀତିର ପାଠ ପଢ଼ାଇବେ। ସିଏଏକୁ ଦୃଢ ସମର୍ଥନ କରି ରାମଦେବ କହିଛନ୍ତି, ଯେଉଁମାନେ ସିଏଏର ସମ୍ପୂର୍ଣ୍ଣ ନାମ କ’ଣ ଜାଣନ୍ତି ନାହିଁ ସେମାନେ ସିଏଏକୁ ନେଇ ବେଶି ଗପୁଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏଣୁତେଣୁ କହୁଛନ୍ତି।

ସମ୍ବନ୍ଧିତ ଖବର