ଦୀପିକାଙ୍କୁ ଏସିଡ୍‌ ଆକ୍ରମଣ ଧମକ

ନୂଆଦିଲ୍ଲୀ: ବିଗ୍‌ବସ୍‌ ୧୨ ବିଜେତା ଅଭିନେତ୍ରୀ ଦୀପିକା କକ୍କର୍‌ଙ୍କୁ ଏସିଡ୍‌ ଆକ୍ରମଣ ଧମକ ମିଳିଛି। ଶ୍ରୀଶାନ୍ତଙ୍କର ଜଣେ ଫ୍ୟାନ୍‌ ଟ୍ବିଟର୍‌ ମାଧ୍ୟମରେ ଏହି ଧମକ ଦେଇଛନ୍ତି। ଉକ୍ତ ଫ୍ୟାନ୍‌ ଜଣଙ୍କ ଦୀପିକାଙ୍କ ପ୍ରତି ନିଜର ତୀବ୍ର ଅସନ୍ତୋଷ ଭାବ ପ୍ରକାଶ କରି କହିଛନ୍ତି ଯେ ଯଦି ସେ କେବେ ମୁମ୍ବାଇ ଆସନ୍ତି ତେବେ ତାଙ୍କ ଉପରକୁ ଏସିଡ୍‌ ମାଡ଼ କରିବେ। ତେବେ ଦୀପିକାଙ୍କ ଫ୍ୟାନ୍‌ମାନେ ଏହା ଦେଖିବାପରେ ମୁମ୍ବାଇ ପୁଲିସରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର