ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟି ଚଳିତ ଋତୁର ପ୍ରଥମ ଲଘୁଚାପ ଆହୁରି ଶକ୍ତିଶାଳୀ ହୋଇ ଡିପ୍ରେସନରେ ପରିଣତ ହୋଇଯାଇଛି । ଆସନ୍ତା କାଲି ସୁଦ୍ଧା ଏହା ଡିପ-ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । କିନ୍ତୁ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ କାରଣ ଏହା ଆସନ୍ତା ୧୨ ଘଣ୍ଟାରେ ଏକ ଡିପ-ଡିପ୍ରେସନରେ ପରିଣତ ହୋଇ ଉତ୍ତର-ପୂର୍ବ ଦିଗରେ ଗତି କରିବ ଓ ମିଆଁମାର ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି । ତେବେ ଏହା ବାତ୍ୟା ରୂପ ନେବାର ସମ୍ଭାବନା କମ ବୋଲି ବିଭାଗ କହିଛି ।
/sambad/media/post_attachments/wp-content/uploads/2021/04/V‹K2pm.gif)
ଆଜି ଅପରାହ୍ଣ ସୁଦ୍ଧା ଏହି ଡିପ୍ରେସନ ପୋର୍ଟ ବ୍ଲେୟାରଠାରୁ ୪୧୦ କିଲୋମିଟର ଉତ୍ତର ଉତ୍ତର-ପୂର୍ବ ଦିଗରେ ରହିଥିଲା । ଏହାର ପ୍ରଭାବରେ ଆସନ୍ତା କାଲି ପର୍ଯ୍ୟନ୍ତ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି । ଏହା ସହିତ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି । ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଛୋଟ ଜାହାଜମାନେ ଆଣ୍ଡାମାନ ସାଗର ଅଞ୍ଚଳକୁ ନ ଯିବାକୁ କୁହାଯାଇଛି ।
ଅନ୍ୟପକ୍ଷରେ ମୂଳ ଭାରତ ଭୂଖଣ୍ଡ ଉପରେ ଏହାର ପ୍ରଭାବ ନଥିବାରୁ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିବା ଆଶଙ୍କା କରାଯାଉଛି ।