୨୦୨୪ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ଟିକସ ଆଦାୟ ଆକଳନ ଠାରୁ ୧୩,୦୦୦ କୋଟି ଟଙ୍କା ଅଧିକ

ନୂଆଦିଲ୍ଲୀ: ୨୦୧୪ ମାର୍ଚ୍ଚରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ଭାରତର ନିଟ୍‌ ପ୍ରତ୍ୟକ୍ଷ ଟିକସ ଆଦାୟ ବାର୍ଷିକ ତୁଳନାରେ ୧୭.୭ ପ୍ରତିଶତ ବୃଦ୍ଧି ପାଇ ୧୯.୫୮ କୋଟି ଟଙ୍କାରେ ପହଞ୍ଚିଛି, ଯାହା କି ସଂଶୋଧିତ ଆକଳନକୁ ମଧ୍ୟ ବ୍ୟାପକ ବ୍ୟବଧାନରେ ଅତିକ୍ରମ କରିଛି ବୋଲି ରବିବାର ଟିକସ ବିଭାଗ କହିଛି।

୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ଟିକସର ଅଧିକାଂଶ ଅଂଶ ଗ୍ରହଣ କରୁଥିବା ଆୟ ଓ କର୍ପୋରେଟ୍‌ ଟିକସର ନିଟ୍‌ ସଂଗ୍ରହ ବଜେଟ୍‌ ଆକଳନଠାରୁ ୧.୩୫ ଲକ୍ଷ କୋଟି ଟଙ୍କା (୭.୪୦ ପ୍ରତିଶତ) ଏବଂ ସଂଶୋଧିତ ଆକଳନଠାରୁ ୧୩,୦୦୦ କୋଟି ଟଙ୍କା ଅଧିକ ରହିଛି।

୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ ପ୍ରତ୍ୟକ୍ଷ ଟିକସ ଆଦାୟ (ଅସ୍ଥାୟୀ) ୧୮.୪୮ ପ୍ରତିଶତ ବୃଦ୍ଧି ପାଇ ୨୩.୩୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ନିଟ୍‌ ଆୟ (ରିଫଣ୍ଡ ହିସାବ ପରେ) ୧୭.୭ ପ୍ରତିଶତ ବୃଦ୍ଧି ପାଇ ୧୯.୫୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଅର୍ଥନୀତିରେ ଉନ୍ନତି ଏବଂ ବ୍ୟକ୍ତି ବିଶେଷ ଓ କର୍ପୋରେଟ୍‌ ମାନଙ୍କ ଆୟ ସ୍ତରରେ ବୃଦ୍ଧିକୁ ପ୍ରତିଫଳିତ କରୁଛି।

୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ ୩.୭୯ ଲକ୍ଷ କୋଟି ଟଙ୍କାର ରିଫଣ୍ଡ ପ୍ରଦାନ କରାଯାଇଛି ବୋଲି ସିବିଡିଟି ଏକ ବିବୃତିରେ କହିଛି।

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପ୍ରତ୍ୟକ୍ଷ ଟିକସ ଆଦାୟର ଅସ୍ଥାୟୀ ତଥ୍ୟ ଦର୍ଶାଉଛି ଯେ ନିଟ୍‌ ଆଦାୟ ୧୯.୫୮ ଲକ୍ଷ କୋଟି ଟଙ୍କା ଥିବା ବେଳେ ପୂର୍ବ ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ୧୬.୬୪ ଲକ୍ଷ କୋଟି ଟଙ୍କା ଥିଲା। ଯାହାପରେ ୧୯.୪୫ ଲକ୍ଷ କୋଟି ଟଙ୍କାକୁ ସଂଶୋଧିତ ହୋଇଥିଲା।
ଅସ୍ଥାୟୀ ପ୍ରତ୍ୟକ୍ଷ ଟିକସ ଆଦାୟ (ରିଫଣ୍ଡର ନିଟ୍‌) ବଜେଟ୍‌ ଆକଳନକୁ ୭.୪୦ ପ୍ରତିଶତ ଏବଂ ସଂଶୋଧିତ ଆକଳନକୁ ୦.୬୭ ପ୍ରତିଶତ ଅତିକ୍ରମ କରିଛି।

୨୦୨୩-୨୪ ଆର୍ଥିକ ବର୍ଷପାଇଁ ପ୍ରତ୍ୟକ୍ଷ ଟିକସ (ଅସ୍ଥାୟୀ) ମୋଟ ଆଦାୟ (ଅସ୍ଥାୟୀ) ୨୩.୩୭ ଲକ୍ଷ କୋଟି ଟଙ୍କା ଥିଲା, ଯାହା ୨୦୨୨-୨୩ ଆର୍ଥିକ ବର୍ଷର ମୋଟ ଆଦାୟ ୧୯.୭୨ ଲକ୍ଷ କୋଟି ଟଙ୍କା ତୁଳନାରେ ୧୮.୪୮ ପ୍ରତିଶତ ବୃଦ୍ଧି ଦର୍ଶାଉଛି।

୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ କର୍ପୋରେଟ୍‌ ଟିକସ ଆଦାୟ (ଅସ୍ଥାୟୀ) ୧୩.୦୬ ପ୍ରତିଶତ ବୃଦ୍ଧି ପାଇ ୧୧.୩୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

୨୦୨୩-୨୪ ଆର୍ଥିକ ବର୍ଷରେ ନିଟ୍‌ କର୍ପୋରେଟ୍‌ ଟିକସ ଆଦାୟ (ଅସ୍ଥାୟୀ) ୯.୧୧ ଲକ୍ଷ କୋଟି ଟଙ୍କା ଥିଲା, ଯାହା ପୂର୍ବ ବର୍ଷର ନିଟ୍‌ କର୍ପୋରେଟ୍‌ ଟିକସ ସଂଗ୍ରହ ୮.୨୬ ଲକ୍ଷ କୋଟି ଟଙ୍କା ତୁଳନାରେ ୧୦.୨୬ ପ୍ରତିଶତ ବୃଦ୍ଧି ପାଇଛି।

୨୦୨୩-୨୪ ଆର୍ଥିକ ବର୍ଷରେ ସିକ୍ୟୁରିଟିଜ୍‌ ଟ୍ରାଞ୍ଜାକ୍ସନ୍‌ ଟ୍ୟାକ୍ସ (ଅସ୍ଥାୟୀ) ସମେତ ମୋଟ ବ୍ୟକ୍ତିଗତ ଆୟକର ଆଦାୟ ୧୨.୦୧ ଲକ୍ଷ କୋଟି ଟଙ୍କା ଥିଲା, ଯାହା ପୂର୍ବ ବର୍ଷର ୯.୬୭ ଲକ୍ଷ କୋଟି ଟଙ୍କା ସଂଗ୍ରହ ତୁଳନାରେ ୨୪.୨୬ ପ୍ରତିଶତ ଅଧିକ।

୨୦୨୩-୨୪ ଆର୍ଥିକ ବର୍ଷରେ ଏସଟିଟି (ଅସ୍ଥାୟୀ) କୁ ମିଶାଇ ନିଟ୍‌ ବ୍ୟକ୍ତିଗତ ଆୟକର ଆଦାୟ ୧୦.୪୪ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ପୂର୍ବ ଆର୍ଥିକ ବର୍ଷର ୮.୩୩ ଲକ୍ଷ କୋଟି ଟଙ୍କା ତୁଳନାରେ ଏହା ୨୫.୨୩ ପ୍ରତିଶତ ବୃଦ୍ଧି ପାଇଛି।

୨୦୨୩-୨୪ ଆର୍ଥିକ ବର୍ଷରେ ୩.୭୯ ଲକ୍ଷ କୋଟି ଟଙ୍କାର ରିଫଣ୍ଡ ପ୍ରଦାନ କରାଯାଇଛି, ଯାହା କି ୨୦୨୨-୨୩ ଆର୍ଥିକ ବର୍ଷରେ ଜାରି ହୋଇଥିବା ୩.୦୯ ଲକ୍ଷ କୋଟି ଟଙ୍କାର ରିଫଣ୍ଡ ତୁଳନାରେ ୨୨.୭୪ ପ୍ରତିଶତ ଅଧିକ।

ସମ୍ବନ୍ଧିତ ଖବର