ଚେନ୍ନାଇ: ତାମିଲ୍ ସିନେମା ‘ସରକାର’ର ନିର୍ଦ୍ଦେଶକ ଏ ଆର୍ ମୁରୁଗାଦୋସ୍ ଆଗୁଆ ଜାମିନ୍ ଲାଗି ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି। ଅମୀର ଖାନ୍ ଷ୍ଟାର୍ ସୁପରହିଟ୍ ମୁଭି ‘ଗଜିନୀ’ର ନିର୍ଦ୍ଦେଶକ ହେଲେ। ଏ ଆର୍ ମୁରୁଗାଦୋସ୍ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଏ ଆର୍ ମୁରୁଗାଦୋସ୍ଙ୍କ ଘରକୁ ପୁଲିସ୍ ଆସିଥିଲା ମାତ୍ର ସେ ଘରେ ନଥିବା ହେତୁ ଫେରିଯାଇଥିଲା। ଏଥିରେ ବିଚଳିତ ହୋଇ ‘ସରକାର’ର ନିର୍ଦ୍ଦେଶକ ଏ ଆର୍ ମୁରୁଗାଦୋସ୍ ଆଗୁଆ ଜାମିନ୍ ଲାଗି ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ ‘ସରକାର’ରେ ଜଣେ ମହିଳାଙ୍କ ନାମ ଜୟଲଲିତା ରଖାଯାଇଛି ,ଯାହାକୁନେଇ ଶାସକ ଏ ଆଇ ଡି ଏମ୍ କେ ପକ୍ଷରୁ ଆପତ୍ତି ଉଠିଥିଲା। ତା’ଛଡ଼ା ସେଥିରେ କେତେକ ଆପତ୍ତିଜନକ ସଂଳାପ ଥିବା ବି ଅଭିଯୋଗ ହୋଇଥିଲା। ଏହାକୁ ନେଇ ଏ ଆଇ ଡି ଏମ୍ କେ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।
ତେବେ ଏସବୁ ବିବାଦୀୟ ଦୃଶ୍ୟକୁ ବାଦ୍ ଦେବା ଲାଗି ଏବଂ ସଂଳାପକୁ ମ୍ୟୁଟ୍ କରିବାଲାଗି ନିର୍ମାତା ରାଜି ହୋଇଛନ୍ତି । ତାଙ୍କ କହିବା ଅନୁଯାୟୀ ସେନସର୍ ବୋର୍ଡର ଅନୁମୋଦନପରେ ଏହି ସିନ୍ ଡିଲିଟ୍ ହୋଇଥିବା ‘ସରକାର’ ସିନେମା ମ୍ୟାଟିନି ସୋ’ରୁ ପ୍ରଦର୍ଶିତ ହେବ। ତେବେ ସୁପରଷ୍ଟାର୍ ରଜନୀକାନ୍ତ ଏ ଆଇ ଡି ଏମ୍ କେ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ନିନ୍ଦା କରିଛନ୍ତି।