ପରଦା ଉପରେ କଳାକାରଙ୍କୁ ନିଜ ଇସାରାରେ କାମ କରାଉଥିବା ନିର୍ଦ୍ଦେଶକ ଏବେ ପରିବ‌ା ବିକାଳି

'ବାଳିକା ବଧୂ' ସହ ଅନେକ ଲୋକପ୍ରିୟ ଧାରାବାହିକରେ କରିଛନ୍ତି କାମ

ମୁମ୍ବାଇ: କରୋନା ମାହାମାରୀ ଏବେ ଲୋକଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ଦେଶରେ ସଂକ୍ରମଣ ରୋକିବା ପାଇଁ ସରକାର ଲକଡାଉନ କରିବା ପରେ କାମ ଛାଡ଼ି ଘରେ ବସିବାକୁ ବାଧ୍ୟ ହୋଇଥିଲେ ଲୋକ‌େ। ଏଭଳି ପରିସ୍ଥିତିରେ ପରିବାରର ପେଟ ପୋଷିବ‌ା ପାଇଁ ହଜାର ହଜାର ଟଙ୍କା ଆୟ କରୁଥିବା ଲୋକ ବାଧ୍ୟ ହୋଇ ପରିବା ବିକିବା, ମାଟି ବୋହିବା ଭଳି କାମ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଲକଡାଉନ ସମୟରେ ଏଭଳି ଅନେକ ଘଟଣା ଆଖି ଆଗକୁ ଆସିଥିବା ବେଳେ ଏବେ ସେଭଳି ଏକ ଘଟଣା ସାମ୍ନାକୁ ଆସିଛି।

बालिका वधू सीरियल के डायरेक्टर अब ठेले पर बेच रहे सब्जी.
aajtak

‘ବାଳିକା ବଧୂ’ ଭଳି ଲୋକପ୍ରିୟ ଧାରାବାହିକରେ ୟୁନିଟ୍ ନିର୍ଦ୍ଦେଶକ ଭାବେ କାମ କରିଥିବା ରାମବୃକ୍ଷ ଏବେ ପରିବାର ଚଳାଇବା ପାଇଁ ପରିବା ବିକିବାକୁ ବାଧ୍ୟ ହୋଇଛନ୍ତି। ଲକଡାଉନ‌ରେ ସୁଟିଂ ବନ୍ଦ ହେବା ପରେ ସେ ଉତ୍ତରପ୍ରଦେଶର ଆଜମଗଡ଼ରେ ଥିବା ନିଜ ଘରକୁ ଚାଲି ଆସିଥିଲେ। କୌଣସି କାମ ନଥିବାରୁ ପରିବ‌ାରକୁ ଚଳାଇବା ପାଇଁ ସେ ପରିବା ବିକିବା ଆରମ୍ଭ କରିଥିବା କହିଛନ୍ତି।

बालिका वधू सीरियल के डायरेक्टर अब ठेले पर बेच रहे सब्जी.
aajtak

ତାଙ୍କ କହିବା ମୁତାବକ, ୨୦୦୨ରେ ମୋ ସାଙ୍ଗର ସହାୟତାରେ ମୁଁ ମୁମ୍ବାଇରେ ପହଞ୍ଚିଥିଲି। ଫିଲ୍ମ ଇଣ୍ଡଷ୍ଟ୍ରିର ବିଭିନ୍ନ ବିଭାଗରେ କାମ କରିବା ପରେ ଶେଷରେ ମୋତେ ନିର୍ଦ୍ଦେଶନା ଦେବା ପସନ୍ଦ ଆସିଥିଲା। ‘ବାଳିକା ବଧୂ’ ସହ ‘ଇସ୍ ପ୍ୟାର କୋ କ୍ୟା ନାମ ଦୁଁ’, ‘କୁଛ ତୋ ଲୋଗ କହେଙ୍ଗେ’, ‘ହମାର ସୌତନ ହମାର ସହେଲି’, ‘ଝଟପଟ ଚଟପଟ’, ‘ହମାରୀ ଦେବରାଣୀ’ ଭଳି ଲୋକପ୍ରିୟ ଧାରାବାହିକରେ କାମ କରିବାର ସୁଯୋଗ ମିିଳିଥିଲା। ଅନେକ ବଲିଉଡ କଳାକାରଙ୍କ ସହ ମଧ୍ୟ ମୁଁ କାମ କରିଛି। କିନ୍ତୁ କରୋନା ପାଇଁ ଲକଡାଉନ ହେବା ପରେ ସବୁ ବଦଳିଯାଇଥିଲା। ଘରକୁ ଆସିବା ପରେ ମୋତେ ପରିବା ବିକି ଘର ଲୋକଙ୍କ ପେଟ ପୋଷିବାକୁ ପଡ଼ିଥିଲା। କିନ୍ତୁ ଏ ନେଇ ମୁଁ ଦୁଃଖିତ ନୁହେଁ। ଏବେ ସ୍ଥିତି ସ୍ବାଭାବିକ ହେବା ପରେ ମୁଁ ପୁଣି ମୁମ୍ବାଇ ଫେରି ମୋର କାମ ଆରମ୍ଭ କରିବି ବୋଲି କହିଛନ୍ତି ରାମବୃକ୍ଷ।

ସମ୍ବନ୍ଧିତ ଖବର