ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଦାୟୀ ଥିବା ଲୋକଙ୍କୁ ମୁଁ ଭଲ ଭାବରେ ଜାଣେ: ଶେଖର କପୁର

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା କରିବା ଘଟଣା ଅନେକ ଉତ୍ତର ନଥିବା ପ୍ରଶ୍ନ ଛାଡି ଯାଇଛି। ଅଭିନେତା, ନିର୍ଦ୍ଦେଶକ ସମେତ ସମସ୍ତ ବଲିଉଡ ଜଗତ ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇ ଆଶ୍ଚର୍ଯ୍ୟ ହେବା ସହ ସ୍ତବ୍ଧ ହୋଇଯାଇଛନ୍ତି | ମାତ୍ର ୩୪ବର୍ଷ ବୟସରେ ତାଙ୍କର ଏଭଳି ପଦକ୍ଷେପକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି | ଏ ମଧ୍ୟରେ ଅଭିନେତା-ନିର୍ଦ୍ଦେଶକ ଶେଖର କପୁର ସୁଶାନ୍ତଙ୍କ ମୃତ୍ୟୁକୁ ନେଇ କରିଥିବା ଟୁଇଟ ଚର୍ଚ୍ଚାର ବିଷୟ ପାଲଟିଛି |

ଶେଖର କପୁର ଟ୍ୱିଟ୍ କରିଛନ୍ତି ଯେ- ‘ତୁମେ ଯେଉଁ ଯନ୍ତ୍ରଣା ଦେଇ ଗତି କରୁଥିଲ, ତାହା ମୁଁ ଅନୁଭବ କରି ପାରିଥିଲି। ମୁଁ ସେହି ଲୋକମାନଙ୍କର କାହାଣୀ ଜାଣେ ଯେଉଁମାନେ ତୁମକୁ ଦୁର୍ବଳ କରିଦେଇଥିଲେ ଏବଂ ଯେଉଁଥିପାଇଁ ତୁମେ ମୋ କାନ୍ଧରେ ମୁଣ୍ଡ ରଖି କାନ୍ଦି ଥିଲ | ଯଦି ଗତ ୬ମାସ ମୁଁ ତୁମ ସହ ରହିପାରିଥାନ୍ତି, ତାହେଲେ ବୋଧହୁଏ ତୁମେ ଏ ପଦକ୍ଷପ ନେଇ ନଥାନ୍ତ | ଯାହା ଘଟିଲା ତାହା ଅନ୍ୟର କର୍ମ, ତୁମର ନୁହେଁ | ଶେଖରଙ୍କ ଏହି ପୋଷ୍ଟ ଅନେକ ଜିନିଷକୁ ସାମ୍ନାକୁ ଆଣିଛି | ଇଣ୍ଡଷ୍ଟ୍ରିର ବରିଷ୍ଠ ନିର୍ଦ୍ଦେଶକମାନେ ତାଙ୍କୁ କାମ ନ ଦେବା ସହ କିଛି ବଡ ବ୍ୟାନର ସୁଶାନ୍ତଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିବା ଖବର ଏବେ ସାମ୍ନାକୁ ଆସୁଛି | ଖବରକୁ ନେଇ କୌଣସି ପ୍ରମାଣ ନଥିଲେ ମଧ୍ୟ ଏହି ସବୁ କାରଣ ତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା କୁହାଯାଉଛି |

ସମ୍ବନ୍ଧିତ ଖବର