ଫୁଡ୍‌ ଆପ୍‌ରେ ଅର୍ଡ଼ର କରାଯାଉଥିବା ଅଧାରୁ ଅଧିକ ଖାଦ୍ୟ ଅପରିଷ୍କାର ସ୍ଥାନରେ ପ୍ରସ୍ତୁତ କରାଯାଉଛି!

ନୂଆଦିଲ୍ଲୀ : ସବୁ ଲୋକ କମ ଖର୍ଚ୍ଚରେ ଭଲ ଖାଦ୍ୟ ଖାଇବା ପାଇଁ ଇଚ୍ଛା କରିଥାନ୍ତି । ଏବେ ପିନ୍ଧିବା ଜିନିଷ ଅନ୍‌ଲାଇନ୍‌ ମିଳୁଥିବା ବେଳେ ଖାଇବା ଜିନିଷ ମଧ୍ୟ ଅନ୍‌ଲାଇନ୍‌ ଉପଲବ୍ଧ ହେଉଛି । ଯେଉଁଥିରେ ପୋଷାକ ଭଳି ଖାଦ୍ୟ ଉପରେ ମଧ୍ୟ ରିହାତି ରଖାଯାଉଛି । ରିହାତି ବ୍ୟବସ୍ଥା ପାଇଁ ଲୋକମାନେ ସବୁଠାରୁ କମ ମୂଲ୍ୟରେ କେଉଁ ସବୁ ଖାଦ୍ୟ ଜିନିଷ ଉପଲବ୍ଧ ତାହା ଦେଖିବା ଆରମ୍ଭ କରିଥାନ୍ତି ।

ଜୋମାଟୋ ଏବଂ ସ୍ୱିଗି ଭଳି ଫୁଡ଼୍‍ ଆପ୍‌ରେ ଅଧିକ ରିହାତି ମିଳୁଥିବାରୁ ଲୋକମାନେ ଏହି ଆପ୍‌ରୁ ଖାଦ୍ୟ କିଣିଥାନ୍ତି। । କିନ୍ତୁ କିଛି ଦିନ ଖାଦ୍ୟ ବିଭାଗ ତରଫରୁ କରାଯାଇଥିବା ଏକ ସର୍ଭେରୁ ଜଣା ପଡ଼ିଛି କି ମୁମ୍ବାଇରେ ଥିବା ୧୦୦ରୁ ଅଧିକ ଭୋଜନାଳୟ ପାଖରେ ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ ଅନୁଯାୟୀ ଦରକାରୀ ଲାଇସେନ୍ସ ନାହିଁ । ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୧ପର୍ଯ୍ୟନ୍ତ କରାଯାଇଥିବା ଏହି ସର୍ଭେରେ ୧୧୩ଟି ଭୋଜନାଳୟ ଅପରିଷ୍କାର ସ୍ଥାନରେ ଚାଲୁଥିବା ଦେଖିବାକୁ ପାଇଥିଲା ପ୍ରଶାସନ । ସେଠାରେ ଯେଉଁ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ତାହାକୁ ଖାଇ ଜଣେ ଅସୁସ୍ଥ ହେବାର ଆଶଙ୍କା ରହିଛି ବୋଲି ପ୍ରଶାସନ ପ୍ରକାଶ କରିଥିବା ରିପୋର୍ଟରେ ଜଣାଇଛି । ଏହି ସର୍ଭେ ପରେ ଅପରିଷ୍କାର ସ୍ଥାନରେ ଚାଲୁଥିବା ସବୁ ଭୋଜନାଳୟକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରାଯାଇଛି।

ସମ୍ବନ୍ଧିତ ଖବର