ୱାଶିଂଟନ: ତୁଷାର ଝଡ଼ ଆମେରିକାରେ ପ୍ରବେଶ କରିଛି। ଏହାର ପ୍ରଭାବରେ ଅନେକ ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ତାପମାତ୍ରା ମାଇନସ୍‌କୁ ଖସିଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଚଳିତ ଥର ତୁଷାର ଝଡ ଦଶନ୍ଧି ପୁରୁଣା ରେକର୍ଡ ଭାଙ୍ଗି ଦେଇପାରେ। ଲୋକଙ୍କୁ ଘରେ ରହିବାକୁ ପାଣିପାଗ ବିଭାଗ ନିବେଦନ କରିଛି।

Advertisment

ଅନେକ ରାଜ୍ୟ ମଧ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।  ହାଡ-ଭଙ୍ଗା ଥଣ୍ଡା ଯୋଗୁ ଏୟାର ଟ୍ରାଫିକ୍ ଏବଂ ସଡକ ଯାତାୟାତ ପ୍ରଭାବିତ ହୋଇଛି। ତୁଷାର ଝଡ଼ର ଦେଶର ସମସ୍ତଙ୍କୁ ଆତଙ୍କିତ କରିଛି। ପାଣିପାଗ ବିଭାଗ ଅନୁଯାୟୀ, ତୁଷରେ ଝଡ଼ ଯୋଗୁ ଅନେକ ଅଞ୍ଚଳରେ ତାପମାତ୍ରା ମାଇନସ୍ ୧୮ ଡିଗ୍ରି ପର୍ଯ୍ୟନ୍ତ ଖସି ଯାଇପାରେ।


ତୁଷାରପାତ, ବରଫ, କୋହଲା ପବନ ଏବଂ ତାପମାତ୍ରା ହ୍ରାସ ଯୋଗୁ ଆମେରିକାର କେତେକ ଅଞ୍ଚଳରେ ଅବସ୍ଥା ବିପଜ୍ଜନକ ହୋଇପଡିଛି। 


ପାଣିପାଗ ବିଭାଗ ଦ୍ୱାରା ଲୋକଙ୍କୁ ଚେତାବନୀ ଦିଆଯାଇଛି। ପାଣିପାଗ ବିଭାଗ ଯେ, ଆବଶ୍ୟକ ଥିଲେ ଲୋକେ ସେମାନଙ୍କ ଘରୁ ବାହାରକୁ ଆସିବା ଉଚିତ୍। ଏଭଳି କଠିନ ସମୟରେ, ନିଜ ଘରର ଚାରି କାନ୍ଥରେ ନିଜକୁ ସୁରକ୍ଷିତ ରଖିବା ଭଲ। କାରଣ ବାହାରକୁ ଯିବାରେ ବିପଦ ଆଶଙ୍କା ରହିଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ତୁଷାର ଝଡ଼ ଯୋଗୁ ଆମେରିକାରେ ୬୩ ମିଲିୟନ ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି।  ଅନେକ ସ୍ଥାନରେ ତୁଷାର ଝଡ଼ ପୂର୍ବରୁ ବିଦ୍ୟୁତ କାଟ ହୋଇଯିବ। ଫଳରେ କୌଣସି ବଡ଼ ଅଘଟଣ ଘଟିବାର ଆଶଙ୍କା କମ୍ ରହିବ। ଏହା ସହିତ ପାଣିପାଗ ବିଭାଗ କହିଛି ଯେ, ଏହି ଝଡ଼ ଯୋଗୁ ଗତ ୧୦ ବର୍ଷ ମଧ୍ୟରେ ସର୍ବାଧିକ ତୁଷାରପାତ ହେବାର ସମ୍ଭାବନା ରହିଛି।

ଏହି ତୁଷାର ଝଡ଼ରେ ସୃଷ୍ଟି ହୋଇଥିବା ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ବହୁଳଭାବେ ଶୀତବସ୍ତ୍ର  ସପିଂ କରୁଛନ୍ତି। ଏହା ସହିତ ସେମାନେ ସେମାନଙ୍କର ପୋଷାପଶୁମାନଙ୍କୁ ବଞ୍ଚାଇବା ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ନେଉଛନ୍ତି।

ଅଧିକ ପଢ଼ନ୍ତୁ: ଭାରତର ପଡ଼ୋଶୀ ଦେଶରେ ବିଭାଜନ ଆଶଙ୍କା!: ଆରାକାନ୍ ସେନା ବଦଳାଇବ ଏସିଆର ମାନଚିତ୍ର

ଆମେରିକାରେ ତୁଷାର ଝଡ଼ ଯୋଗୁ ହେଉଥିବା କ୍ରମାଗତ ତୁଷାରପାତ ଦ୍ବାରା ଅନେକ ରାସ୍ତା ବନ୍ଦ ହୋଇଯାଇଛି। ଅନେକ ବିମାନବନ୍ଦରରେ ବରଫର ଘନ ଚାଦର ଘୋଡ଼େଇ ହୋଇ ରହିଛି। ଏହାକୁ ହଟାଇବାରେ ସରକାରୀ କର୍ମଚାରୀଙ୍କ ଦଳ ନିୟୋଜିତ ଅଛନ୍ତି।

ରାସ୍ତା ସଫା କରୁଥିବା ଦଳ ପକ୍ଷରୁ  କୁହାଯାଇଛି ଯେ, ଅଧିକ ତୁଷାରପାତ ହେଉଛି, ଯେଉଁଥିପାଇଁ ରାସ୍ତା ସଫା କରିବାର କିଛି ସମୟ ପରେ ରାସ୍ତାରେ ପୁଣି ଏକ ମୋଟାସ୍ତରର ବରଫ ଜମା ହୋଇଯାଉଛି। ଆମେରିକାର କେତେକ ରାଜ୍ୟରେ ପ୍ରାୟ ୧୦ ଇଞ୍ଚ ତୁଷାରପାତ ହୋଇଥିଲା। କାନସାସ୍ ଏବଂ ଉତ୍ତର ମିସୌରୀର କିଛି ଅଂଶରେ ୧୪ ଇଞ୍ଚରୁ ଅଧିକ ବରଫ ଏବଂ କୁଆପଥର ବର୍ଷା ହୋଇଛି।

ଅଧିକ ପଢ଼ନ୍ତୁ: କରଞ୍ଜିଆରୁ ଆସି ନନ୍ଦନକାନନରେ ପହଞ୍ଚିଲା ଗୁରୁତର ଦନ୍ତା