ଫିଲିପାଇନ୍ସରେ ବାତ୍ୟା ‘କାଇ-ଟକ୍‌’ରେ ୫ ମୃତ

ମନିଲା: ଦୁଇଦିନ ହେବ ଫିଲିପାଇନ୍ସରେ ଆସିଥିବା ଶକ୍ତିଶାଳୀ ବାତ୍ୟା ‘କାଇଟେକ୍‌’ ଓ ଭୂସ୍ଖଳନ ପ୍ରଭାବରେ ଶନିବାର ୫ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ନିଖୋଜଙ୍କ ସଂଖ୍ୟା ଏଯାବତ୍‌ ଜଣାପଡ଼ିପରି ନାହିଁ। ପୂର୍ବ ଫିଲିପାଇନ୍ସରେ ଥିବା ସମର ଦ୍ୱୀପରେ ଏହି ବାତ୍ୟା ତା’ର ତାଣ୍ଡବଲୀଳା ରଚନା କରିଛି। ଘଣ୍ଟାକୁ ୧୦୦ କିମି ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ଥ ହୋଇପଡ଼ିଛି। ଖବର ଲେଖାହେବା ଯାଏଁ ଏହି ବାତ୍ୟା ଯୋଗୁଁ ୪୦ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ଘର ଭାସି ଯାଇଥିବା ଜଣାପଡ଼ିଛି। ଦେଶର ବିପର୍ଯ୍ୟୟ ପ୍ରଶମନ ବିଭାଗର କହିବା ମୁତବାକ ଏହି ବାତ୍ୟା ଜନିତ କ୍ଷୟକ୍ଷତିର ଆକଳନ କରାଯାଇନଥିବା ବେଳେ ,ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସେନାକୁ ନିୟୋଜିତ କରାଯାଇଛି। ସରକାରଙ୍କ ପକ୍ଷରୁ ରିଲିଫର ମଧ୍ୟ ବ୍ୟସ୍ଥା କରାଯାଇଥିବା ଜଣାପଡ଼ିଛି। ଦେଶରେ ଏନେଇ ସତର୍କ ସୂଚନା ଜାରି କରାଯାଇଥିଲେ ମଧ୍ୟ କିଛି ମତ୍ସ୍ୟଜିବୀ ଏହାକୁ ନମାନିକାରୁ ସେମାନଙ୍କର ମୃତ୍ୟୁ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ୪ବର୍ଷ ତଳେ ଏାଂରେ ଆସିଥିବା ଏକ ବାତ୍ୟା ପ୍ରଭାବରେ ପାଖାପାଖି ୮ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର