‘ସପ୍ତାହ ଭିତରେ କେନ୍ଦ୍ରୀୟ ଟିମ୍‌କୁୁ ବିପର୍ଯ୍ୟୟ କ୍ଷୟକ୍ଷତିର ଆକଳନ ପାଇଁ ପଠାଯାଉ’

ନୂଆଦିଲ୍ଲୀ : ବିପର୍ଯ୍ୟୟ କ୍ଷୟକ୍ଷତିର ପ୍ରାଥମିକ ତଥା ତ୍ବରିତ ଆକଳନ ପାଇଁ ସପ୍ତାହ ଭିତରେ କେନ୍ଦ୍ରୀୟ ଟିମ୍‌କୁ ପ୍ରଭାବିତ ଅଞ୍ଚଳକୁ ପଠାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟି ସୁପାରିଶ କରିଛି। ରାଜ୍ୟସଭା ସାଂସଦ ଆନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ୩୧ ଜଣିଆ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟି ଦ୍ବାରା ବିପର୍ଯ୍ୟୟର କ୍ଷୟକ୍ଷତି ଆକଳନକୁ ନେଇ ରାଜ୍ୟ ତଥା କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଆକଳନରେ ଅସମାନତା ଥିବାର ଟିପ୍ପଣୀରେ କହିଛି। ଏହାର କାରଣ କେନ୍ଦ୍ରୀୟ ଟିମ୍ ଗୁଡ଼ିକ ବିପର୍ଯ୍ୟୟ ଘଟିବାର ମାସକ ପରେ ବିପର୍ଯ୍ୟୟର ଆକଳନ ପାଇଁ ପଠାଯାଇଥାଏ, ଯାହାଦ୍ବାରା ବିପର୍ଯ୍ୟୟ ଚିହ୍ନବର୍ଣ୍ଣ ଶେଷବସ୍ଥାରେ ଥାଏ। ଯଦି ପ୍ରାଥମିକ ଓ ତ୍ବରିତ ଆକଳନ ପାଇଁ କେନ୍ଦ୍ରୀୟ ଟିମଗୁଡ଼ିକ ଯୁଗ୍ମ ଭାବେ ସମ୍ପୃକ୍ତ ରାଜ୍ୟମାନଙ୍କ ସହିତ ପରିଦର୍ଶନ କରି ଆକଳନ କରନ୍ତି ତାହାଲେ କ୍ଷୟକ୍ଷୟ ପାର୍ଥ୍ୟକକୁ କମ୍ କରାଯାଇ ପାରିବ।

ସୂଚନାଯୋଗ୍ୟ ବିପର୍ଯ୍ୟୟ ପରେ ସମ୍ପୃପ୍ତ ରାଜ୍ୟମାନଙ୍କ ଦ୍ବାରା ପ୍ରଥମେ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷୟକ୍ଷତିର ବିବରଣୀ ସ୍ମାରକପତ୍ର ରୂପେ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ପଠାଯାଇଥାଏ। ଏହାପରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ଦ୍ବାରା ଆନ୍ତଃମନ୍ତ୍ରଣାଳାୟ କେନ୍ଦ୍ରୀୟ ଟିମ୍ ଗଠନ କରାଯାଇ ପ୍ରଭାବିତ ରାଜ୍ୟକୁ କ୍ଷୟକ୍ଷତିର ଆକଳନ ପାଇଁ ପଠାଯାଇଥାଏ। କେନ୍ଦ୍ରୀୟ ଟିମର ରିପୋର୍ଟ ପ୍ରଦାନ ପରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ବିପର୍ଯ୍ୟୟ ପ୍ରଭାବିତ ରାଜ୍ୟକୁ ଆର୍ଥକ ସହାୟତା ରାଶି ନିର୍ଦ୍ଧାରଣ କରିଥାଏ। ଗୃହ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟିରେ ଏନଡିଆରଏଫକୁ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରଶଂସା କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଷ୍ଟାଣ୍ଡିଂ କମିଟି କ୍ଷେତ୍ରୀୟ ସ୍ତରରେ ପର୍ଯ୍ୟାପ୍ତ ମାନବ ସମ୍ବଳ ତଥା ଭିତ୍ତିଭୂମି ପ୍ରତିଷ୍ଠା କରିବା ପାଇଁ ସୁପାରିଶ କରିଛି, ଯାହାଦ୍ବାରା ବିପର୍ଯ୍ୟୟ ସମୟରେ ଉଚିତ ପଦକ୍ଷେପ ନିଆଯାଇ ପାରିବ। କମିଟି ଦ୍ବାରା ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଆର୍ଲି ଵାର୍ଣ୍ଣିଂ ଡିସିମିନେସନ୍ କମିସନିଂ କରାଯାଇଥିବାକୁ ନେଇ ସନ୍ତୋଷବ୍ୟକ୍ତ କରାଯାଇଛି।

ସମ୍ବନ୍ଧିତ ଖବର