ନୂଆଦିଲ୍ଲୀ : ସ୍ପର୍ଶ ଦ୍ୱାରା ଅଗଷ୍ଟରେ ପ୍ରତିରକ୍ଷା ପେନସନଭୋଗୀଙ୍କୁ ଡିଜିଟାଲ ମାଧ୍ୟମରେ ୩୦୯୦ କୋଟି ଟଙ୍କାରୁ ଅଧିକ ବିତରଣ କରାଯାଇଛି । ୫,୬୨,୯୪୬ ପ୍ରତିରକ୍ଷା ପେନସନଧାରୀ ସଫଳତାର ସହ ସ୍ପର୍ଶ ଡିଜିଟାଲ ପ୍ଲାଟଫର୍ମକୁ ଚାଲି ଆସିବା ଦ୍ୱାରା ଆଉ ଏକ ମାଇଲଖୁଣ୍ଟ ସୃଷ୍ଟି ହୋଇଛି । ସ୍ପର୍ଶ ପ୍ରଣାଳୀରେ ପେନସନଭୋଗୀଙ୍କ ସମୁଦାୟ ସଂଖ୍ୟା ୧୧ ଲକ୍ଷ ଲାଭାର୍ଥୀଙ୍କ ସହ ଏକ ମିଲିୟନ ଅତିକ୍ରମ କରିଛି । ଏହା ଭାରତର ସମୁଦାୟ ପ୍ରତିରକ୍ଷା ପେନସନଭୋଗୀଙ୍କ ପ୍ରାୟ ୩୩ ପ୍ରତିଶତ। ୱେବ ଆଧାରିତ ପ୍ରଣାଳୀ ସ୍ପର୍ଶ ମାଧ୍ୟମରେ ପେନସନ ଦାବି ପ୍ରୋସେସିଂ ହୁଏ ଓ କୌଣସି ବାହ୍ୟ ହସ୍ତକ୍ଷେପ ବିନା ପ୍ରତିରକ୍ଷା ପେନସନଧାରୀଙ୍କ ବ୍ୟାଙ୍କ ଖାତାରେ ପେନସନ ସିଧାସଳଖ ଜମା ହୋଇଥାଏ। ଆର୍ଥିକ ବର୍ଷ ୨୦୨୧-୨୨ରେ ଏହି ପ୍ରଣାଳୀ ମାଧ୍ୟମରେ ୧୧,୬୦୦ କୋଟି ଟଙ୍କାରୁ ଅଧିକ ପେନସନ୍ ବିତରଣ ହୋଇପାରିଛି । ୨୦୨୦-୨୧ରେ ଏହି ପ୍ରଣାଳୀରେ ପ୍ରାୟ ୫୭ କୋଟି ଟଙ୍କା ବିତରଣ ହୋଇଥିଲା।