ନୂଆଦିଲ୍ଲୀ: ଛତିଶଗଡ଼ର କବୀରଧାମ ଜିଲ୍ଲାରେ ହୋଇଥିବା ହୋମ୍ ଥିଏଟର ମ୍ୟୁଜିକ ସିଷ୍ଟମ ବିସ୍ଫୋରଣ ଘଟଣାର ପର୍ଦ୍ଦାଫାସ ହୋଇଛି। ପ୍ରେମ ପାଇଁ ଏହି ବିସ୍ଫୋରଣ ହୋଇଛି। ଜଣେ ବ୍ୟକ୍ତି ନିଜ ପୂର୍ବ ପ୍ରେମିକା ଉପରେ ପ୍ରତିଶୋଧ ନେବାକୁ ଯାଇ ପ୍ରେମିକାର ଶାଶୂ ଘରକୁ ଏହି ବୋମା ଖଚ୍ଚିତ ହୋମ୍ ଥିଏଟର ସିଷ୍ଟମ ପଠାଇଥିଲା। ଉପହାର ଖୋଲିବାପରେ ପ୍ରେମିକାର ସ୍ବାମୀ ଏବଂ ତାଙ୍କ ବଡ଼ ଭାଇଙ୍କର ବିସ୍ଫୋରଣରେ ମୃତ୍ୟୁ ହୋଇଛି। ପୁଲିସ ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ନାମ ସଂଜୁ ଓରଫ ସରଜୁ ମରକମ। ସେ ଜଣେ ଅଟୋ ମେକାନିକ । ମଧ୍ୟପ୍ରଦେଶ ବାଲାଘାଟ ଜିଲ୍ଲା ଅଧୀନସ୍ଥ ଚପଲା ଗ୍ରାମର ସେ ବାସିନ୍ଦା। ସେ ବିବାହିତ ଏବଂ ତା’ର ଦୁଇ ସନ୍ତାନ ମଧ୍ୟ ଅଛନ୍ତି। ଅନ୍ୟପକ୍ଷେ ବିସ୍ଫୋରଣରେ ପ୍ରାଣ ହରାଇଥିବା ନବବିବାହିତ ବ୍ୟକ୍ତିଙ୍କ ନାମ ହେମେନ୍ଦ୍ର ମେରାୱି। ତାଙ୍କ ବୟସ ୨୫। ସେ ମାର୍ଚ୍ଚ ୩୧ରେ ବିବାହ କରିଥିଲେ। ଏପ୍ରିଲ ୧ ତାରିଖରେ ମେରାୱି ଏବଂ ତାଙ୍କ ବଡ଼ ଭାଇ ରାଜକୁମାର ମିଳିଥିବା ଉପହାର ସବୁକୁ ଖୋଲିଥିଲେ। ଗୋଟିଏ ପ୍ୟାକେଟ୍ରୁ ହୋମ ଥିଏଟର ସିଷ୍ଟମ୍ ମିଳିଥିଲା। ମେରାୱି ଏହି ହୋମ୍ ଥିଏଟର ସିଷ୍ଟମ୍ର ପ୍ଲଗ୍ ଲଗାଇବା ସମୟରେ ହଠାତ ବିସ୍ଫୋରଣ ହୋଇଥିଲା। ଫଳରେ ମେରାୱି ଏବଂ ତାଙ୍କ ବଡ଼ ଭାଇଙ୍କର ମୃତ୍ୟୁ ହୋଇଯାଇଥିଲା।
ତଦନ୍ତ ପ୍ରକ୍ରିୟାରୁ ଜଣାପଡ଼ିଛି ଯେ ମେରାୱିଙ୍କ ନବ ବିବାହିତ ପତ୍ନୀ ୨୦୨୦ରୁ ମରକମ ସହ ସମ୍ପର୍କରେ ଥିଲେ। ମରକମଙ୍କୁ ସେ ବିବାହ କରିଥାନ୍ତେ। କିନ୍ତୁ ମରକମ ବିବାହିତ ଏବଂ ତା’ର ୨ ପୁଅ ଅଛନ୍ତି ବୋଲି ସେ ପ୍ରଥମେ ଜାଣିନଥିଲେ। ସତ ଜାଣିବାପରେ ସେ ତାଙ୍କୁ ବିବାହ କରିବାକୁ ଚାହିନଥିଲେ। କିନ୍ତୁ ମରକମ ତାଙ୍କୁ ସବୁବେଳେ ବିବାହ ପାଇଁ ଧମକ ଦେଉଥିଲା। ଏସ୍ପି ଲାଲ ଉମେଦ ସିଂହ କହିଛନ୍ତି,ଅଭିଯୁକ୍ତ ମଧ୍ୟ ମେରାୱିଙ୍କୁ ଧମକ ଦେଇଥିଲା। ଏନେଇ ମେରାୱି ସହ ଅଭିଯୁକ୍ତର ବଚସା ମଧ୍ୟ ହୋଇଥିଲା। ମରକମ ପ୍ରତିଶୋଧ ନୋକୁ ଯାଇ ମ୍ୟୁଜିକ ସିଷ୍ଟମ୍ରେ ୨ କିଲୋ ବିସ୍ଫୋରକ ଦ୍ବାରା ପ୍ରସ୍ତୁତ ବୋମା ଖଞ୍ଜିଥିଲା। ଏହାକୁ ଗିଫ୍ଟ ପ୍ୟାକ୍ କରି ମଣ୍ଡପରେ ରଖିଥିଲା। ଏହି ବୋମା ପ୍ରସ୍ତୁତ କରିବାପାଇଁ ସେ ଆମୋନିୟମ ନାଇଟ୍ରେଟ୍, ପେଟ୍ରୋଲ ଏବଂ ବାଣରେ ବ୍ୟବହୃତ ଗନ୍ ପାଉଡର ବ୍ୟବହାର କରିଥିଲା। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/65s4fh654fshhsfhffhs.jpg)