ନୂଆଦିଲ୍ଲୀ: ଆଗକୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ଛାତ୍ରଛାତ୍ରୀଙ୍କ ସହ ପାଖାପାଖି ୨ ଘଣ୍ଟା ମତ ବିନିମୟ କରିଛନ୍ତି। ନୂଆଦିଲ୍ଲୀର ତାଲ୍କୋଟ୍ରା ଷ୍ଟାଡିୟମ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ସିଧାସଳଖ ଉତ୍ତର ଦେଇଥିଲେ। ଦୀର୍ଘ ୨ ଘଣ୍ଟା ଧରି ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗ ତଥା ଭୟ, ଚିନ୍ତା, ଏକାଗ୍ରତା, ସହପାଠୀଙ୍କ ଚାପ, ମାତାପିତାଙ୍କ ଆଶା ଏବଂ ଶିକ୍ଷକମାନଙ୍କ ଭୂମିକା ଆଦି ଉପରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ। ପରୀକ୍ଷାଜନିତ ଚାପ ଏବଂ ଚିନ୍ତା ଦୂର କରିବାପାଇଁ ମୋଦି ଆତ୍ମବିଶ୍ୱାସ ବଢ଼ାଇବାପାଇଁ ସ୍ୱାମୀ ବିବେକାନନ୍ଦଙ୍କ ବକ୍ତବ୍ୟର ଉଦାହରଣ ଦେଇଥିଲେ। ସହପାଠୀଙ୍କ ଚାପ ବିଷୟରେ ମୋଦି କହିଥିଲେ ଯେ ଛାତ୍ରଛାତ୍ରୀ ‘ପ୍ରତିସ୍ପର୍ଦ୍ଧା’ (ଅନ୍ୟମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା) କରିବା ପରିବର୍ତ୍ତେ ‘ଅନୁସ୍ପର୍ଦ୍ଧା’ (ନିଜ ସହ ପ୍ରତିଦ୍ୱନ୍ଦ୍ୱିତା) ଉପରେ ଗୁରୁତ୍ୱାରୋପ କରିବା ଆବଶ୍ୟକ। ଜଣେ ଲୋକ ପୂର୍ବରୁ ହାସଲ କରିଥିବା ଉପଲବ୍ଧିଠାରୁ ଅଧିକ ହାସଲ କରବାପାଇଁ ସବୁବେଳେ ପ୍ରୟାସ କରିବା ଆବଶ୍ୟକ।
‘ପରୀକ୍ଷା ପେ ଚର୍ଚ୍ଚା’ ଛାତ୍ରଛାତ୍ରୀଙ୍କ ସହ ମୋଦିଙ୍କ ମତବିନିମୟ
/sambad/media/post_attachments/wp-content/uploads/2018/02/narendra-modi-students-interaction-ani_650x400_51518765749.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)