ରାଇରଙ୍ଗପୁର: ବିଚ୍ଛନ୍ନାଞ୍ଚଳର ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ ଉପସଭାପତି ଏବଂ ପୂର୍ବ ସିଂହଭୂମି ଜିଲ୍ଲା ସଭାପତି ରବୀନ୍ଦ୍ରନାଥ ଶତପଥୀଙ୍କ ତତ୍ବାବଧାନରେ ସଭାପତି ଅଦ୍ଵୈତ କୁମାର ପାତ୍ର, କେନ୍ଦ୍ରୀୟ ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ମିଶ୍ର, କୋଷାଧ୍ୟକ୍ଷ ଭିମସେନ ମହାପାତ୍ର, ପୂର୍ବ ସିଂହଭୂମି ଜିଲ୍ଲା ସଚିବ ପ୍ରଦୀପ କୁମାର ଦାସ, ପଶ୍ଚିମ ସିଂହଭୂମି ଜିଲ୍ଲା ସଚିବ ସରୋଜ କୁମାର ପ୍ରଧାନ, ପର୍ଯ୍ୟବେକ୍ଷକ ସୁଶୀଲ କୁମାର ଷଡ଼ଙ୍ଗୀ ଓ ସପନ ମଣ୍ଡଳ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ପ୍ରସାର ହେବା ସହ ଓଡ଼ିଶା ସରକାରଙ୍କ ଦ୍ଵାରା ବିଚ୍ଛିନ୍ନାଞ୍ଚଳ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଦିଆଯାଉଥିବା ସ୍ୱଳ୍ପ ବେତନ ଉପରେ ଆଲୋଚନା କରିଥିଲେ।

Advertisment

ମୁଖ୍ୟମନ୍ତ୍ରୀ ଓଡ଼ିଶା ମୋହନ ଚରଣ ମାଝୀ ବେତନ ହାର ମାସିକ ୬୦୦୦ ଟଙ୍କାର ବ୍ୟୟ ବୃଦ୍ଧି ନିମନ୍ତେ ଦେଇଥିବା ପ୍ରତିଶ୍ରୁତି ଉପରେ ରାଜ୍ୟପାଳଙ୍କୁ ଅବଗତ କରାଯାଇଥିଲା। ଏହା ବ୍ୟତୀତ ଆସନ୍ତା ଡ଼ିସେମ୍ବର ୩୧ ତାରିଖରେ ବାଲେଶ୍ଵର ଜିଲ୍ଲାର ଜଳେଶ୍ବରଠାରେ ଉତ୍କଳ ସମ୍ମିଳନୀର ଶତବାର୍ଷିକୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେବା ପାଇଁ ଉତ୍କଳ ସମ୍ମିଳନୀ ପକ୍ଷରୁ ପତ୍ର ଦ୍ଵାରା ଅନୁରୋଧ କରାଗଲା। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରସାର ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ବେତନ ବୃଦ୍ଧି ସମ୍ପର୍କରେ ଆଲୋଚନା କରାଯାଇଥିଲା।

ବିଚ୍ଛନ୍ନାଞ୍ଚଳର ଉତ୍କଳ ସମ୍ମିଳନୀର ସଦସ୍ୟମାନେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ପ୍ରସାର ହେବା ସହ ଓଡ଼ିଶା ସରକାରଙ୍କ ଦ୍ଵାରା ବିଚ୍ଛିନ୍ନାଞ୍ଚଳ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଦିଆଯାଉଥିବା ସ୍ୱଳ୍ପ ବେତନ ଉପରେ ଆଲୋଚନା କରିଛନ୍ତି।

ଝାଡ଼ଖଣ୍ଡ ସରକାର ଓଡ଼ିଆ ବିଦ୍ୟାଳୟମାନଙ୍କୁ ଅଣଦେଖା କରିବା ଏବଂ ଓଡ଼ିଆ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବେତନ ନଦେବା ଏକ ଅସାମ୍ବିଧାନିକ କାର୍ଯ୍ୟ କରିଆସୁଛନ୍ତି। ଏ ସମ୍ପର୍କରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଯାଇଛି। ଉତ୍କଳ ସମ୍ମିଳନୀ ମାଧ୍ୟମରେ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଶିକ୍ଷାଦାନ କରୁଛନ୍ତି ସେ ତୁଳନାରେ ସେମାନଙ୍କ ବେତନ ରାଶି ଅତ୍ୟନ୍ତ ନଗନ୍ୟ।