୨ କି‌.ମି. ପଛକୁ ହଟିଲେ ଚୀନ୍‌ ସେନା, ପାଟ୍ରୋଲିଙ୍ଗ୍ ପଏଣ୍ଟ୍‌ ୧୫ରେ ସମ୍ପୂର୍ଣ୍ଣ ହେଲା ଭାରତ ଓ ଚୀନ୍‌ ସୈନ୍ୟ ଅପସାରଣ ପ୍ରକ୍ରିୟା

ନୂଆଦିଲ୍ଲୀ: ଚୀନ୍ ସୈନିକମାନେ ୨ କିଲୋମିଟର ପଛକୁ ହଟିବା ପରେ ବୁଧବାର ଦିନ ଗଲ୍‌ୱାନ୍ ଉପତ୍ୟକା ଅନ୍ତର୍ଗତ ପାଟ୍ରୋଲ୍ ପଏଣ୍ଟ୍‌ ୧୫ ଠାରେ ଭାରତ ଓ ଚୀନ୍ ସେନା ଅପସାରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିବା କଥା ଭାରତୀୟ ସେନାବାହିନୀସୂତ୍ରରୁ ଜଣାପଡ଼ିଛି।

ସେନାବାହିନୀ କହିଛି, ଆଜି ପାଟ୍ରୋଲିଙ୍ଗ୍ ପଏଣ୍ଟ୍‌ ୧୫ ଠାରେ ଭାରତ ଓ ଚୀନ୍‌ ସେନା ଅପସାରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ଚୀନ୍‌ ସେନା ପ୍ରାୟ ୨ କିଲୋମିଟର୍ ପଛକୁ ଘୁଞ୍ଚି ଯାଇଛନ୍ତି।

Image Courtesy of The Hindu

ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍ ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି ରବିବାର ଦିନ ଦୀର୍ଘ ଦୁଇ ଘଣ୍ଟା ଟେଲିଫୋନ୍‌ରେ ବାର୍ତ୍ତାଳାପ କରିବା ପରେ ସୋମବାର ଦିନ ସୈନ୍ୟ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ଚୀନ୍‌ ସୈନିକମାନଙ୍କ ଗତିବିଧି ଉପରେ ଭାରତୀୟ ସେନା ତୀକ୍ଷ୍ଣ ନଜର ରଖିଛି। ନିଷ୍ଠାର ସହ ଚୀନ୍ ଅପସାରଣ ପ୍ରକ୍ରିୟା ଜାରି କରିଛି କି, ନାହିଁ ସେ ବିଷୟରେ ଭାରତୀୟ ସେନା ସବିସ୍ତୃତ ଯାଞ୍ଚ କରିବ।

 

ସମ୍ବନ୍ଧିତ ଖବର